Breaking News

ବିଶ୍ବ ମଶା ଦିବସରେ ସ୍ବଛତା ବାର୍ତା ଦେଲେ ହୃଷୀକେଶ

 
 
ଡେଲାଙ୍ଗ:  ବ୍ରିଟିଶ ଚିକିତ୍ସକ ସାର୍ ରୋନାଲ୍ଡ ରସ୍ ଙ୍କ ସ୍ମୃତିରେ  ଅଗଷ୍ଟ ୨୦ ତାରିଖ କୁ ବିଶ୍ବ ମଶା ଦିବସ ଭାବେ ପାଳନ କରାଯାଇ ଆସୁଅଛି ।୧୮୯୭ ମସିହା ଅଗଷ୍ଟ ୨୦ ତାରିଖରେ ଭାରତର ସିକନ୍ଦରାବାଦଠାରେ ସାର୍ ରସ୍ ମ୍ୟାଲେରିଆ ବ୍ଯାପିବା ପାଇଁ ଆନୋଫିଲିସ ମଶା ଦାୟୀ ବୋଲି କାଳଜୟୀ ଆବିଷ୍କାର କରିଥିଲେ ।ମଶାବାହିତ ରୋଗ ସଂପର୍କରେ ସଚେତନ କରିବା ପାଇଁ ୧୯୩୦ ମସିହାରୁ ଲଣ୍ଡନ ସ୍କୁଲ ଅଫ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ ବିଶ୍ୱ ମଶା ଦିବସ ପାଳନ କରିଆସୁଅଛି ।ବର୍ତ୍ତମାନ ଡେଙ୍ଗୁ ,ଚିକେନ୍ ଗୁନିଆ,ଫାଇଲେରିଆ ଓ ମ୍ୟାଲେରିଆ ଆଦି ଜ୍ବର ରୁ ମୁକ୍ତିଲାଭ ପାଇଁ ଘର ଚାରିପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ,ପାଣି ଜମିବାକୁ ନ ଦେବା, ମଶାରୀ ଟାଣି ଶୋଇବା ଏବଂ ଏମାନଙ୍କୁ ପ୍ରାକୃତିକ ଭାବେ ନିବାରଣ ପାଇଁ ଘର ଚାରିପାଖ ଓ ଅଗଣାରେ ତୁଳସୀ ଗଛ ଲଗାଇବା ପାଇଁ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢୀ ନିବେଦନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୮/୨୦୨୩----୯,୪୫ Sakhigopal News,20/8/2023

Blog Archive

Popular Posts