Breaking News

ଓଡିଆ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ଅସ୍ଥାୟୀ କାଯ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ କଲେ ; ୨୮ ତାରିଖରେ ନାମ ଲେଖା ଆରମ୍ଭ , ୩ଟି ବିଭାଗ ପ୍ରଥମ ପର୍ଯ୍ୟାୟରେ ଖୋଲିବ



ସାକ୍ଷୀଗୋପାଳ----  ରାଜ୍ୟ ସରକାର ସାକ୍ଷୀଗୋପାଳରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ବହୁ ଶିଘ୍ର କାମ ଶେଷ ହେବ ।ଏହି ବର୍ଷ ଶେଷ ବେଳକୁ ଓଡିଆ ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀ  ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏବେ ରାଜ୍ୟ ସରକାରଙ୍କ ନିସ୍ପତି କ୍ରମେ ଏହି ବର୍ଷ ଠାରୁ ଓଡିଆ ବିଶ୍ୱିବିଦ୍ୟାଳୟରେ ନାମ ଲେଖା ଆରମ୍ଭ ହେବା ସହ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନ ଆରମ୍ଭ ହେବ । ଆଜି ଓଡିଆ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ରଶ୍ମିରେଖା ଦାଶ ଅସ୍ତାୟୀ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ କରିଛନ୍ତି । ସାକ୍ଷୀଗୋପିନାଥ ଦେବଙ୍କ ପାନ୍ଥଶାଳାରେ କରାଯାଇଥିବା ଅସ୍ଥାୟୀ  କାର୍ଯ୍ୟାଳୟ ଓ କ୍ଳାସ ରୁମ ପରିଦର୍ଶନ କରିବା ସହିତ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଅସ୍ଥାୟୀ ଭାବେ କରାଯାଇଥିବା ହଷ୍ଟେଲ କାର୍ଯ୍ୟ ବୁଲିକି ଦେଖିଥଲେ । କାର୍ଯ୍ୟାଳୟ ଓ କ୍ଳାସରୁମ କାମ ନେଇଥିବା ଠିକାଦାରଙ୍କୁ ତୁରନ୍ତ କାମ ଶେଷ କରିବା ପାଇଁ ରେଜିଷ୍ଟର ନିର୍ଦ୍ଦେଶ ଦେଇଥବା ଜଣାପଡିଛି ।  ପ୍ରଥମ ପର୍ଯ୍ୟାୟରେ ତିନୋଟି ବିଭାଗ ଖୋଲାଯିବ । ପ୍ରତି ବିଭାଗରେ ୨୪ ଜଣ କରି ମୋଟ ୭୨ ଜଣ ଛାତ୍ରଛାତ୍ରୀ ନାମ ଲେଖିବା ସହିତ ଅଧ୍ୟୟନ କରିବେ ବୋଲି ରେଜିଷ୍ଟରଙ୍କ ଠାରୁ ସୁଚନା ମିଳିଛି ।  ପ୍ରଥମ ବିଭାଗଟି ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ,ଭାଷା ପ୍ରକିୟାକରଣ, ଦୁତୀୟ ବିଭାଗଟି  ଓଡିଆ ଭାଷା ଏବଂ ସାହିତ୍ୟ   ତୁତୀୟ ବିଭାଗଟି ଆଞ୍ଚଳିକ ଆଦିବାସୀ , ଭାଷା ଏବଂ ହେରିଟେକ ଅଧ୍ୟୟନ ବିଭାଗ ଖୋଲାଯିବ ବୋଲି ଜଣାପଡିଛି ।  ସେହିପରି ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ସହିତ ଆଲେଚନା କରିବା ସହ ପାନୀୟ ଜଳ, ସ୍ୱଚ୍ଛତା, ପରିସର ସଫେଇ ଆଦି ସମ୍ପର୍କରେ ଆଲେଚନା କରିଥିଲେ । ଆଲେଚନା ସମୟରେ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କର୍ମଚାରୀ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ  ଡେପୁଟିସନରେ କାମ କରୁଥିବା ଶ୍ରୀତାଶୁଂ କୁମାର ମହାପାତ୍ର ଙ୍କ ସହିତ ପ୍ରକାଶ ଚନ୍ଦ୍ର ଗୌଡୁ ଓ ପିଅନ ଗଣନାଥ ସାହୁ  ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୮/୨୦୨୩----୮,୨୦    Sakhigopal News, 21/8/2023


Blog Archive

Popular Posts