୫ଟି ସଚିବଙ୍କ ଗସ୍ତ ଆଗରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ଙ୍କ ସତ୍ୟବାଦୀ ଗ୍ରସ୍ତ
ସାକ୍ଷୀଗୋପାଳ -----: ୧୯ ତାରିଖରେ 5T ସଚିବ ଶ୍ରୀ ଭି କେ ପଣ୍ଡିଆନ ଙ୍କ ସତ୍ୟବାଦୀ ଗ୍ରସ୍ଥ କାର୍ଯ୍ୟକ୍ରମ ରହିଛି। ସତ୍ୟବାଦୀ ଗସ୍ତ ରେ ବିଜେଡ଼ି ସାଙ୍ଗଠନିକ ମୁଖ୍ୟ ପ୍ରଣବ ପ୍ରକାଶ ଦାସ ଆଜି ଆସି ପହଞ୍ଚିଥଲେ । ସତ୍ୟବାଦୀ ବ୍ଲକ ୟୁ ଜି ଏସ କଲେଜ ପିଡ଼ିଆରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ରହିଛି।ଏହି କାର୍ଯ୍ୟକ୍ରମ ରେ ସତ୍ୟବାଦୀ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହ ମିଶନ ଶକ୍ତି ମହିଳାଙ୍କୁ ନେଇ ବିଭିନ୍ନ ଆଲୋଚନା କରିବା ର କାର୍ଯ୍ୟକ୍ରମ ରହିଛି।ଏ ନେଇ ଆଜି କଲେଜ ପିଡ଼ିଆ ପରିସରରେ ପହଞ୍ଚି ଥିଲେ ପ୍ରଣବ ପ୍ରକାଶ ଦାସ ଙ୍କ ସହ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ପ୍ରଶାସନିକ ଅଧିକାରୀ। ପ୍ରଥମ କାକଟପୁର,ନିମାପଡା ଓ ସତ୍ୟବାଦୀ ପରିଦର୍ଶନ କରିଛନ୍ତି ପ୍ରଣବ।ଏହି କାର୍ଯ୍ୟକ୍ରମରେ ୨୫ ହଜାର ମହିଳା,ପୁରୁଷ,ଯୁବ,ଛାତ୍ର ଙ୍କୁ ସମ୍ବୋଧିତ କରିବେ 5T ସଚିବ।ଏ ନେଇ ହେଲିପ୍ୟାଡ ପିଡ଼ିଆ ସହ ଟେଣ୍ଟ କାର୍ଯ୍ୟ ବୁଲି ଦେଖିଛନ୍ତି ବିଜେଡ଼ି କର୍ମକର୍ତ୍ତା ମାନେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୮/୨୦୨୩----୯,୧୦ Sakhigopal News,17/8/2023