>>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • ଭାରତୀୟ ଷ୍ଟେଟ ବ୍ୟାଙ୍କ ଡେଲାଙ୍ଗ ଶାଖା ପକ୍ଷରୁ ୭୭ତମ ସ୍ବାଧୀନତା ଦିବସ ପାଳିତ



    ଡେଲାଙ୍ଗ------ସ୍ଥାନୀୟ ଡେଲାଙ୍ଗ କୋଠବାଡ ଷ୍ଟେଟ ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକ ଶ୍ରୀ ତୋଫାନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାଵଧନରେ ବ୍ୟାଙ୍କ ସମ୍ମୁଖରେ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶ୍ରୀ ନାୟକ ଜାତୀୟ ପତାକା ଉତ୍ତୋଳନ କରି  ଦେଶ ସେବା ଓ ସମାଜ ହିତରେ ପ୍ରତ୍ୟେକ ନିଜକୁ ସମର୍ପିତ କରିବାକୁ ବକ୍ତବ୍ୟରେ କହିଥିଲେ । ଏଥିରେ ଡେଲାଙ୍ଗ ୟୁଜିୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ସିଆରସିସି କ୍ଷେତ୍ରବାସୀ ଆଳୁକ, ଶିକ୍ଷକ ଅଭୟ ଚରଣ ସାହୁ, ବ୍ୟାଙ୍କ କର୍ମଚାରୀ ପ୍ରଵୀଣ ଘଟୁଆରୀ ,ପବିତ୍ର ପରିଡ଼ା, ବିଭୁତି ଭୁଷଣ ବେହେରା, ସୁରେନ୍ଦ୍ର ପ୍ରଧାନ, ବାନାମ୍ବର ପେଣ୍ଠେଇ ,ଅର୍ଘ୍ୟାଞ୍ଜଳି ପରିଡ଼ା ପ୍ରମୁଖ ଯୋଗଦେଇ ଦେଶ ଓ ସମାଜରେ ଶାନ୍ତି,ସଂହତି ଓ ଏକତା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପିଲାମାନଙ୍କୁ ବ୍ୟାଙ୍କ ତରଫରୁ ମ୍ୟାନେଜର ମିଠା ବଣ୍ଟନ କରିଥିଲାବେଳେ କେତେକ କୃତି ପିଲାଙ୍କୁ ପୁରସ୍କୃତ କରିଥିଲେ ।ଜଣେ ସୁପରିଚିତ ସୁଦକ୍ଷ ମ୍ୟାନେଜର ଭାବରେ ଶ୍ରୀ ନାୟକ ଆସିବା ବର୍ଷ ଠାରୁ ଜାତୀୟ ଦିବସ ପାଳନ କରି ଦେଶ ପ୍ରେମର ବାର୍ତ୍ତା ମାଧ୍ୟମରେ କୋମଳମତି ପିଲାମାନଙ୍କୁ ଉତ୍ସାହିତ କରୁଥିବାରୁ ସାଧାରଣରେ ତାଙ୍କର ପ୍ରଶଂସା କରାଯାଇଛି।।ସେହିପରି ଡେଲାଙ୍ଗ ୟୁଜିୟୁପି ସ୍କୁଲର ଛାତ୍ରଛାତ୍ରୀ ଓ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଡେଲାଙ୍ଗ- ହାଟ ବଜାର ପରିକ୍ରମା କରି ଡେଲାଙ୍ଗ କୋଠବାଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନରେ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ପୂର୍ବତନ ସରପଞ୍ଚ ଲୋକନାଥ ବେହେରା, ବୁଦ୍ଧିଜୀବୀ କୈଶୋର ଅଲ୍ଲୀ ଖାଁ ପ୍ରମୁଖ ପତ୍ତାକା ଉତ୍ତୋଳନ କରି ବକ୍ତବ୍ୟ ରଖିଥିଲେ। ଏଥୁରେ ବାଳିକା ଉଚ୍ଚ ବିଦ୍ୟାଳୟର ସୁବାସ ବେହେରା,ଝରଣା ଦାସ , ସୁମିତ୍ରା ରାଉତରାୟ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଡେଲାଙ୍ଗ- ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସବୁ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଛାତ୍ରୀ ସିମରନ ଆସୀନ ଓ ଶୁଭଶ୍ରୀ ସାମନ୍ତରାୟ ଆଜି ଆମେ କେତେ ସ୍ବାଧୀନ କଥା କହି ସମସ୍ତଙ୍କୁ ଚମକେଇ ମନ୍ତ୍ରମୁଗ୍ଧ କରିଥିଲେ । ସ୍ଥାନୀୟ ଲକ୍ଷ୍ମୀ ପୂଜା କମିଟି ତରଫରୁ ଅଶୋକ କୁମାର ମହାପାତ୍ର ଓ ମାଧବ ବେହେରା ପତ୍ତାକା ଉତ୍ତୋଳନ କରି ସ୍ବାଧୀନତାର ଇତିହାସ କଥା କହିଥିଲେ।ସେହିପରି ବେରଵୋଇ କସ୍ତୁରବା ସେବା କେନ୍ଦ୍ରରେ ସଞ୍ଚାଳିକା କବିତାରାଣୀ ପରିଡ଼ା, ଗାନ୍ଧୀ ପୀଠରେ ଶିକ୍ଷାବିତ୍ କୁନ୍ତଳା ବିଶ୍ବାଳ, ସଂପାଦକ ଚନ୍ଦ୍ରଶେଖର ବିଶ୍ଵାଳ, ସ୍ବାଧୀନତା ସଂଗ୍ରାମୀ ଘନଶ୍ୟାମ ସ୍ମୃତି କମିଟି ବେରଵୋଇ ଠାରେ ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ସମାଜ ସେବୀ ଦେବ ପ୍ରସାଦ ରାଉତରାୟ , ଶିକ୍ଷୟିତ୍ରୀ ପୂର୍ଣ୍ଣିମା ରାଉତ ଓ ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିଶ୍ରୀ ରାଉତ ରାୟ ପତାକା ଉତ୍ତୋଳନରେ ସାମିଲ ହୋଇ ବକ୍ତବ୍ୟରେ ଦେଶମାତୃକାର କଥା ବଖାଣି ଥିଲେ । ଆହୁରି ମଧ୍ୟ ଡେଲାଙ୍ଗ ବ୍ଲକ, ତହସିଲ,ଥାନା,ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ବିଦ୍ୟାଳୟ ,ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଇତ୍ୟବସରରେ ଡେଲାଙ୍ଗ ୟୁଜିୟୁପି ସ୍କୁଲର ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ, ସଭାପତି ପ୍ରମୋଦ ସେଠୀ, ଶିକ୍ଷକ ଟିକେଇ ଦଳାଇ, ସୋମନାଥ ବେହେରା,ମାନସ ସ୍ବାଇଁ ,ଅଭୟ ସାହୁ, ସଭ୍ୟ ଦିଲ୍ଲୀପ କୁମାର ସାମନ୍ତରାୟ , ପାପଲିନ୍ ପ୍ରଧାନ, ସତ୍ୟଭାମା ବେହେରା, ପ୍ରିୟତ୍ତମା ସାହୁ ପୁରସ୍କାର ପ୍ରଦାନ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୮/୨୦୨୩----୩,୨୫ Sakhigopal News,17/8/2023

    Blog Archive

    Popular Posts