ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ କ୍ରୀଡାଙ୍ଗନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ କ୍ରୀଡା୍ଙ୍ଗନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯଶଇଛି । ଏହି ଶିବିରକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ବ୍ଳକର ୨୬ ଗୋଟି ବିଦ୍ୟାଳୟର ଶରୀରିକ ଶିକ୍ଷା ଶିକ୍ଷକ ମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ମାଷ୍ଟର ଟ୍ରେନର ଭାବେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ ଓହାଟସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ସ୍ୱାଗତିକା ସାମନ୍ତରାୟ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ମୋ ସ୍କୁଲ ଅଭିଯାନର ପରିଚାଳାନା ସଂଙ୍ଗଠନର ପ୍ରତିନିଧି ମନିସ୍ୱନୀ ପାଣିଗ୍ରାହୀ ଯୋଗଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୮/୨୦୨୩, ୭-୧୦ Sakhigopal News, 16/8/2023