ବର୍ଷା କୁ ଖାତିର ନ କରି କାର୍ଯ୍ୟ କରୁଛନ୍ତି ମୁକ୍ତା ଟିମ
କନ୍ଧମାଳ ---- ବାଲିଗୁଡା ବର୍ଷା କୁ ଖାତିର ନ କରି ବିକାଶ କାର୍ଯ୍ୟ କୁ ତ୍ୱରାନ୍ୱିତ କରୁଛନ୍ତି ବାଲିଗୁଡା ଏନଏସି ର ମୁକ୍ତା ଟିମ | ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ କରକମଳ ରେ ଘୋଷଣା ହୋଇଥିବା ମୁକ୍ତା ଯୋଜନା ଅନ୍ତର୍ଗତ ବାଲିଗୁଡା ଏନଏସି ରେ ବିଭିନ୍ନ ୱାର୍ଡ ରେ ନୂଆ କାର୍ଯ୍ୟ ଆରମ୍ଭ ହୋଇଛି । ବାଲିଗୁଡା ରେ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । କିନ୍ତୁ ମୁକ୍ତା ଯୋଜନା ରେ ବିଭିନ୍ନ ୱାର୍ଡ ରେ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ବର୍ଷା କୁ ଖାତିର ନକରି ମୁକ୍ତା ଟିମ କାର୍ଯ୍ୟ ଜାରି ରଖିଛି । ବାଲିଗୁଡା ଏନଏ ସି ର 11 ନମ୍ବର ୱାର୍ଡ ପଣସପଡି ରେ ନୂତନ ଚଳାପଥ ରାସ୍ତା କାର୍ଯ୍ୟ ର ଶୁଭାରମ୍ଭ ହୋଇଛି । ଏଥିରେ ମୁକ୍ତା କୋଡ଼ିନେଟର ପ୍ରଭାତ କୁମାର ଘଡେଇ ମୁକ୍ତା ଯନ୍ତ୍ରୀ ଜଗଦୀଶ ଚନ୍ଦ୍ର ବାରିକ,ଏମଇ କେଦାରନାଥ ଚୌଧୁରୀ,ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, କାଉନସିଲର ନାରାୟଣ ଡ଼ାକୁଆ ଉପସ୍ଥିତ ଥିଲେ । ବାଲିଗୁଡା ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମୁକ୍ତା ଯୋଜନା ରେ ପ୍ରତି ୱାର୍ଡ ର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ନେଇ ତତ୍ପରତା ସହିତ କାର୍ଯ୍ୟ ଜାରି ରଖିଛନ୍ତି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧/୮/୨୦୨୩----୯,୩୫ Sakhigopal News,1/8/2023