ମହିଳା ଯାତ୍ରୀଙ୍କୁ ସମ୍ମାନ . ଭଂଜନଗର ଘରୋଇ ବସ୍ ମାଲିକ ସଂଘର ଅଭିନବ ପ୍ରୟାସ
ଭଞ୍ଜନଗର -- ଘୁମୁସର ଘରୋଇ ବସ୍ ମାଲିକ ସଂଘ , ଭଞ୍ଜନଗର ତରଫରୁ ଏକ ଯାତ୍ରୀମାନଙ୍କ ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛି । ସଂଘର ସଭାପତି ଗୋପବନ୍ଧୁ ମହାପାତ୍ର ଓ ସମ୍ପାଦକ ବିପ୍ରଚରଣ ବାରିକଙ୍କ ସହିତ ବସ୍ ମାଲିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜନସାଧାରଣ । କୌଣସି ଯାତ୍ରୀ ବାହୀ ବସ୍ ସକାଳୁ ତା ଗନ୍ତବ୍ୟ ସ୍ଥଳ କୁ ବାହାରିବା ସମୟ ରେ ଯେକୌଣସି ମହିଳା ଯାତ୍ରୀଙ୍କୁ ପ୍ରଥମେ ଯାତ୍ରୀ ଭାବେ ପ୍ରବେଶ କରିବାକୁ ବାରଣ କରିପାରିବେ ନାହିଁ । ଯଦି ବସ କର୍ମଚାରୀ ବାରଣ କରନ୍ତି କିମ୍ଵା କେହି ଜଣେ ପୁରୁଷ ଯାତ୍ରୀ ବସ କୁ ପ୍ରବେଶ କଲା ପରେ ମହିଳା ଯାତ୍ରୀ ବସ୍ ଭିତରକୁ ପ୍ରବେଶ କରିବାକୁ କୁହନ୍ତି । ତାହେଲେ ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାର ପ୍ରଥାରୁ ଦୟା କରି ସେମାନେ ଦୁରେଇ ରହିବାକୁ କୁହାଯାଇଛି । ଯଦି ଏଭଳି ଭଳି ଘଟଣା ନଜର କୁ ଆସେ ତେବେ ସଂପୃକ୍ତ ବସ୍ କର୍ମଚାରୀ ଙ୍କୁ ଘରୋଇ ବସ୍ ମାଲିକ ସଂଘ ଉକ୍ତ ବସ ମାଳିକ ଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ଏହା ସହ ରାଜ୍ୟ ପରିବହନ ସଚିବଙ୍କ ନିର୍ଦ୍ଦେଶ ଅନୁଯାଇ ସଂପୃକ୍ତ ବସ୍ ମାଲିକ ଓ ବସ କର୍ମଚାରୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂଘର ସମ୍ପାଦକ ଶ୍ରୀ ବାରିକ ସୁଚନା ଦେଇଛନ୍ତି । ଯଦି ଏହି ନିୟମକୁ ଖିଲାପ କରନ୍ତି ତା ହେଲେ ବସ୍ ବିରୋଧ ରେ ନିକଟସ୍ଥ ପରିବହନ ଅଧିକାରୀ ଙ୍କ ଦ୍ୱାରା ଚାଲାଣ କଟାଯିବ । ବସରେ ବସିଥିବା ଯାତ୍ରୀ ମାନଙ୍କ ଜାଣିବା ଉଦେଶ୍ୟ ରେ ବସ୍ ର ରୁଟ୍ ଚାର୍ଟ ଓ ବସ୍ ଅର୍ଡିନାରୀ, ଡିଲକ୍ସ ନା ସୁପର ଡିଲକ୍ସ, କେଉଁସ୍ଥାନରୁ କେଉଁ ସ୍ଥାନ ଯାଏଁ ବସ୍ ଭଡ଼ା , କିଲୋମିଟର ପିଛା କେତେ ମୂଲ୍ୟ , ଯାତ୍ରା ସ୍ଥଳ ରୁ ଗନ୍ତବ୍ୟ ସ୍ଥଳର ଦୂରତା ସଂର୍ପକରେ ତଥ୍ୟ ବସ୍ ରେ ଯାତ୍ରୀଙ୍କ ପାଇଁ ପ୍ରଦର୍ଶିତ କରାଯିବ ବୋଲି ସଂଘର ସଭାପତି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୮/୨୦୨୩----୯,୩୫ Sakhigopal News,1/8/2023