ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ ହେଲେ ପୂର୍ବତନ ସଂସ୍କୃତି ଅଧିକାରି ଟଙ୍କଧର ଭୋଇ
ବାଲିଗୁଡା - ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ 371 ରେଙ୍କ ପାଇ ସଫଳତାର ସହ ଉତ୍ତୀର୍ଣ୍ଣ ହେଲେ କନ୍ଧମାଳ ଜିଲ୍ଲା ର ପୂର୍ବତନ ସଂସ୍କୃତି ଅଧିକାରି ଟଙ୍କଧର ଭୋଇ l ବର୍ତ୍ତମାନ ସେ ନୟାଗଡ ଜିଲ୍ଲା ରେ ସଂସ୍କୃତି ଅଧିକାରି ଭାବେ କାର୍ଯ୍ୟରତ l ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବଡ଼ବାବେଜୁରି ଗାଁ ଟେପରାମ ଭୋଇ ମାଆ ମଦନା ଭୋଇ ଙ୍କ କନିଷ୍ଠ ପୁତ୍ର ଅଟନ୍ତି ଟଙ୍କଧର l ଗାଁ ସ୍କୁଲ ରେ ଅଧ୍ୟୟନ ପରେ ଜବାହର ଲାଲ ମହାବିଦ୍ୟାଳୟ ରେ ସ୍ନାତକ ଡିଗ୍ରୀ ହାସଲ ପରେ ଉତ୍କଳ ୟୁନିଭର ସିଟି ରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ଜିଲ୍ଲା ସଂସ୍କୃତି ଅଧିକାରୀ ଭାବରେ ସାତ ବର୍ଷ କନ୍ଧମାଳ ଜିଲ୍ଲା ରେ ଏବଂ ବର୍ତ୍ତମାନ ନୟାଗଡ ଜିଲ୍ଲାର ସଫଳତାର ସହ କାର୍ଯ୍ୟରତ l ପିଲାଟି ଦିନରୁ ସେ ପ୍ରଶାସନିକ ଅଧିକାରୀ ହେବା ପାଇଁ ସଂଘର୍ଷ ଜାରି ରଖିଥିଲେ l ଟଙ୍କଧର ଙ୍କ ବଡଭାଇ ମଧ୍ୟ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି l ବାପା ମାଆ ବଡ ଭାଈ ଙ୍କ ପ୍ରେରଣା ଯୋଗୁଁ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି l ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗଦେଲେ ଉପାନ୍ତ ଅଞ୍ଚଳରେ ଶିକ୍ଷା ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବେ ବୋଲି ପ୍ରତିକ୍ରିୟା ରେ କହିଛନ୍ତି l ରେଜଲ୍ଟ ପ୍ରକାଶ ପରେ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଙ୍କ ଶୁଭେଛା ର ସୁଅ ଛୁଟିଛି l କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡ଼ା ର ସମ୍ପାଦକ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଅଭିନନ୍ଦନ ଜଣାଇଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨/୮/୨୦୨୩----୫,୦୦ Sakhigopal News,2/8/2023