ବାଙ୍କୀ ନିର୍ବାଚନ ମଣ୍ଡଳୀରେ ବିରୋଧୀ ଦଳ ବିଜେଡି ହାତରେ ;ଗୋଳିଆ ପାଣିରୁ ଫାଇଦା ଉଠାଉଛନ୍ତି ପ୍ରଭାତ
କଟକ----- କଟକ ଜିଲ୍ଲାର ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ଓ ବାରଙ୍ଗ ବ୍ଲକର କିଛି ଅଂଶକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀକୁ ବାଙ୍କୀ ମାଟିର ପୁଅ ଗୋକୁଳାନନ୍ଦ ପ୍ରହରାଜ, ଯୋଗେଶ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ପଟ୍ଟନାୟକ, ଘନଶ୍ୟାମ ସାହୁ ବିଭିନ୍ନ ସମୟରେ ନିର୍ବାଚିତ ହୋଇ ଶାସନ କରିଛନ୍ତି । ଅକ୍ଷୟ ବାବୁଙ୍କ ପ୍ରତାରଣା ଯୋଗୁଁ ବାଙ୍କୀରେ ଆରମ୍ଭ ହେଲା ବିଦେଶୀ ଶାସନ । ବାଙ୍କୀରେ ମଦ ମାଫିଆମାନଙ୍କୁ ହାତ କରି,ବାଙ୍କୀ ବାସୀଙ୍କୁ ମଦୁଆ ସଜାଇ ଯୋଗେଶ ବାବୁଙ୍କୁ ହରାଇ ବାଙ୍କୀର ଶାସନ ଭାର ହାତକୁ ନେଲେ ପ୍ରଭାତ ତ୍ରିପାଠୀ । ଯାହାର ମୂକସାକ୍ଷୀ ହେଉଛି ବେଲୁ ମଦ ବେପାରୀ । ଅଭିଯୋଗ ସତ୍ୟ ହେଲା । ଯେତେବେଳେ ମଦ ମୃତ୍ୟୁ ମାମଲାରେ ବେଲୁ ଗିରଫ ହେଲା । ସେହି ଦିନଠାରୁ ବାଙ୍କୀରେ ରାଜ କରୁଛନ୍ତି ପ୍ରଭାତ । କେବଳ ୨୦୦୪ ନିର୍ବାଚନରେ ପ୍ରଭାତଙ୍କ କୁଶାସନରେ ଜଣସାଧାରଣ ଅତିଷ୍ଠ ହୋଇ ବାଙ୍କୀବାସୀ ଦେବାଶିଷ ପଟ୍ଟନାୟକଙ୍କୁ ଶାସନ ଭାର ଦେଲେ । ତାଙ୍କର ଖାମଖିଆଲ ମନୋଭାବ ଯୋଗୁଁ ପୁନର୍ବାର ପ୍ରଭାତ ଶାସନ ଗାଦି ପାଇଁ କ'ଣ ସୂତ୍ର ଆବଶ୍ୟକ ତାହା ସେ ଶାସନ କରିଥିବା ପାଞ୍ଚ ବର୍ଷରୁ ଜାଣିଥିଲେ । ତେଣୁ ସେ ବାଙ୍କୀ ନିର୍ବାଚନ ମଣ୍ଡଳୀକୁ ଗୋଳିଆ କରିବାକୁ ଲାଗିପଡିଲେ ।ଏବଂ ସେଥିରେ ସେ ସଫଳ ମଧ ହେଲେ । ଏହି ସମୟରେ ଶାସନ କ୍ଷମତା ଲୋଭରେ ଦେବାଶିଷ ବାଙ୍କୀ ଛାଡି ପଡୋଶୀ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇ ଶୋଚନୀୟ ପରାଜୟ ବରଣ କଲେ। ସେ ସମୟରେ କଂଗ୍ରେସ ପକ୍ଷରୁ ପୁଣି ଜଣେ ବିଦେଶୀଙ୍କୁ ଦେଖିବାକୁ ମିଳିଲା ବାଙ୍କୀରେ । ପ୍ରଭାତଙ୍କ ବିରୋଧରେ ଅବତୀର୍ଣ୍ଣ ହେଲେ ରବି ମଲ୍ଲିକ ।ପ୍ରଭାତ ବାବୁ ବାଙ୍କୀ ନିର୍ବାଚନ ମଣ୍ଡଳୀକୁ ଏମିତି ଗୋଳିଆ କରିଦେଇଥିଲେ ଯେ ଏ ବିଦେଶୀ ଅପେକ୍ଷା ସେ ବିଦେଶୀକୁ ବାଙ୍କୀ ବାସୀ ଗ୍ରହଣ କଲେ ନାହିଁ । ବାଙ୍କୀକୁ ଚଳୁ କରି ପେଟ ଭିତରେ ପୁରେଇ ବାକୁ ଚେଷ୍ଟା କଲେ ପ୍ରଭାତ ବାବୁ । ସେତେବେଳକୁ ବାଙ୍କୀରେ ସମସ୍ତ ବିରୋଧୀ ପ୍ରଭାତ ବାବୁ ଙ୍କ ଜାଲରେ । ଏହି ସମୟରେ ମା ଚର୍ଚ୍ଚିକା ଙ୍କର ଅପାର ଦୟାରୁ ପ୍ରଭାତ ବାବୁ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଗିରଫ କରି କୋର୍ଟ ଚାଲାଣ କଲା । ଏହାର ସୁଯୋଗ ନେଇ ଦେବାଶିଷ ପୁନର୍ବାର ବାଙ୍କୀ ମୁହାଁ ହେଲା । ୨୦୧୯ ନିର୍ବାଚନରେ ଦଳ ପ୍ରଭାତକୁ ଟିକେଟ ନଦେଇ ତାଙ୍କ ପୁଅ ଦେବୀକୁ ଟିକେଟ ଦେଲା । ଦେବାଶିଷ କ୍ଷମତା ଲୋଭରେ ବାଙ୍କୀ ବାସୀଙ୍କୁ ଧୋକା ଦେଇଥିବାରୁ ତାଙ୍କୁ ବିଶ୍ୱାସକୁ ନନେଇ ପୁଣି ଚିଟଫଣ୍ଡ ଠକର ପୁଅ ଦେବୀକୁ ବାଛିଲେ । କାରଣ ବାଙ୍କୀ ବାସୀ ଗୋଳିଆ ପାଣିରେ ବୁଡିରହିଥିଲେ । ବାଙ୍କୀରେ ବିରୋଧୀ ପ୍ରାୟ ନଥିଲା ପରି ଲାଗେ । ବିରୋଧୀ ନେତା ମାନେ ପ୍ରଭାତ ବାବୁ ଙ୍କ ଚକ୍ରବ୍ୟୁହ ମଧ୍ୟରେ ରହିଛନ୍ତି।ଅଚ୍ୟୁତ ସାମନ୍ତଙ୍କ ମାଧ୍ୟମରେ ଦେବାଶିଷ ବିଜେଡି ଦଳରୁ ଶାସନ ଭାର ନେବାକୁ ଇଛା । ଏଣେ ବାଙ୍କୀ ବିଜେପିରେ ଭୋଟର ସାତକୁ ନେତା ସତର । ଟୁଲୁ ସ୍ବାଇଁ, ଶୁଭ୍ରାଂଶୁ ପାଢ଼ୀ, ବୁଲୁ ଚକ୍ରବର୍ତ୍ତୀ ଇତ୍ୟାଦି ଅନେକ ନେତା ମାନେ ପ୍ରଭାତ ଙ୍କ ପକେଟରେ। ଅନ୍ୟ ପକ୍ଷରେ ଗୋଷ୍ଠୀ କନ୍ଦଳ ଯୋଗୁଁ ସେମାନେ ବିରୋଧୀ ଭୂମିକା ନିଭାଇ ପାରୁନାହାନ୍ତି । ତେଣୁ ବାଙ୍କୀରେ ଶାସନ କରିବା ପାଇଁ ଚିଟଫଣ୍ଡ ଠକ ବାପା ପୁଅକୁ ସୁବିଧା ହେଉଛି । ପୁଅ ଅମଳରେ ପିସି କାରବାର ଏତେ ଅଧିକ ହୋଇଛି ଯେ। ସମସ୍ତ ପ୍ରକାର କାମ ଛଅ ସାତ ଦିନରେ ମାଟିରେ ମିଶି ଯାଉଛି। ଏମାନେ ମହା ଦୁର୍ନୀତିରେ ବୁଡିରହିଥିଲେ ମଧ୍ୟ ତାଙ୍କୁ ବିରୋଧ କଲା ଭଳି ନେତା ବାଙ୍କୀରେ ନାହାନ୍ତି । ସମସ୍ତ ବିରୋଧୀ ତାଙ୍କ ପାଖରେ ବନ୍ଧା ପଡିଥିବା ଭଳି ଲାଗୁଛନ୍ତି । ଦେଖାଯାଉ ଆଗାମୀ ୨୦୨୪ ନିର୍ବାଚନରେ ବାଙ୍କୀ ବାସୀଙ୍କର ଭାଗ୍ଯ ଡୋରୀ ସେହି ପ୍ରଭାତ କମ୍ପାନୀ ରେ ରହୁଛି ନା ଆଉ କାହା ହାତରେ ?। ସମୟକୁ କେବଳ ଅପେକ୍ଷା । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨/୮/୨୦୨୩---୭,୧୦ Sakhigopal News,2/8/2023