ରାଜୁଆ ବନ୍ଧରେ ୧୦୦ଫୁଟ ଘାଇ
ଜଟଣୀ--- ଜଟଣୀ ବ୍ଲକ ତିରିମଲଠାରେ ଥିବା ରାଜୁଆନଦୀ ତଟରେ ଅବସ୍ଥିତ ତିରିିମଲ-ମନ୍ଦାରବସ୍ତ ରାସ୍ତାର ରାଜୁଆ ନଦୀବନ୍ଧରେ ୧୦୦ଫୁଟ ଘାଇ ସୃଷ୍ଟି ହୋଇଛି । ଫଳରେ ଏହାର ପ୍ରଭାବରେ ପୁରୀ ଓ ଖୋଦ୍ଧାଜିଲାର ହଜାର ହଜାର ଗ୍ରାମ ପ୍ରଭାବିତ ହୋଇଛି । ଖବରପାଇ ଘଟଣାସ୍ଥଳରେ ଜିଲାପାଳ,ଜଟଣୀ ତହସିଲଦାର ତଥା ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ପହଁଚିଥିଲେ । ଏଥିରେ ୨ଟି ଜିଲାର ୩ଟି ବ୍ଲକ ତଥା ଜଟଣୀ,ଡେଲାଙ୍ଗ ଓ କଣାସ ବ୍ଲକର ହଜାର ହଜାର ଗ୍ରାମର ଲକ୍ଷଲକ୍ଷ ଲୋକେ ଜଳବନ୍ଦୀ ମଧ୍ୟରେ ରହିବେ । ଦୟା ଓ ରାଜୁଆ ନଦୀ ବନ୍ଧରେ ବିଭିନ୍ନ ସ୍ଥାନରେ ଘଳିଆ ପଡିବା ଦେଖିବାକୁ ମିଳିଛି । ତେବେ ଏନେଇ ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଇ ଘଳିଆବନ୍ଦ କରାଯାଉଛି । ମାତ୍ର ଆଜି ରାତ୍ର ୮ଟା ସମୟରେ ଉପରିସ୍ଥ ନଦୀବନ୍ଧଟି ପ୍ରଥମେ ଭାଙ୍ଗିଯାଇ ଧୀରେ ଧୀରେ ୧୦୦ଫୁଟ ପର୍ଯ୍ୟନ୍ତ ମେଲିଯାଇଥିଲା । ଖବର ଲେଖାହେବା ପର୍ଯ୍ୟନ୍ତ ବନ୍ଧରେ ଭାଙ୍ଗିଯାଇଥିବା ଘାଇର ଚଉଡା ବଡିବାରେ ଲାଗିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୭/୮/୨୦୨୨ Sakhigopal News, 17/8/2022