ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଗୋଷ୍ଠୀସ୍ତରୀୟ ପରାମର୍ଶ ଶିବିର
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ପରିସରରେ ଓରମାସ, ଓଡିଶାଜୀବିକା ମିଶନ, ଜିଲ୍ଲା ପ୍ରଶାସନ ତରଫରୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତରେ ଗୋଷ୍ଠୀ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଳକ ଅଧ୍ୟକ୍ଷା ସୁନିଲ କୁମାର ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଡିଓ ଦାୟତ୍ୱରେ ଥିବା ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଉପାଧ୍ୟକ୍ଷା ନିବଦେିତା ପାତ୍ର, ଏବିଡିଓ ଅରକ୍ଷିତ ବେହେରାଙ୍କ ସହିତ ମିଶନ ଶକ୍ତିର ଅଧିକାରୀଣି ଯୋଗ ଦେଇଥିଲେ । କିପରି ଗୋଷ୍ଠୀ ଭିତ୍ତିକ ମଧ୍ୟରେ ବ୍ୟାଙ୍କ ମାନଙ୍କ ଠାରୁ ୠୁଣ ନେଇ ନିଜେ ରୋଜଗାର କ୍ଷମ ହୋଇ ପାରିବେ ସେ ଦିଗରେ ଆଲେଚନା କରାଯାଇଥିଲା । ବିଭିନ୍ନ ଗୋଷ୍ଠୀ ମାନେ ଏଥିରେ ସାମିଲ ହୋଇଥିଲେ । ଫଟୋନଂ ୭୦୬୧ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୮/୨୦୨୨----୬,୨୫ Sakhigopal News , 17/8/2022