Breaking News

ସ୍ୱାଧୀନତା ଦିବସ ପ୍ୟାରେଡରେ ଯୋଗଦେବାକୁ ଆସିଥିବା ଛାତ୍ର ଅଚେତ, ଛାତ୍ରଙ୍କ ଅବହେଳାକୁ ନେଇ ପରିବାର ଲୋକଙ୍କ ଅଭିଯୋଗ



ଜଟଣୀ---- ଖୋର୍ଦ୍ଧାରୋଡ ରେଳପଥ ମଣ୍ଡଳରେ ସୋମବାର ୭୬ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ତେଣୁ ଏନେଇ ରେଳପଥ ବିଭାଗ ପକ୍ଷରୁ  ସମସ୍ତ ଅଧିକାରୀ ପୁର୍ବତଟ ରେଳପଥ ଖେଳପଡିଆରେ ଯୋଗଦେବାଲାଗି କୁହାଯାଇଥିଲା । ତେବେ ଏହି ପ୍ରରିପ୍ରେକ୍ଷୀରେ ରେଳପଥ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭୋର ୪ଟାରେ ଉକ୍ତ ଖେଳପଡିଆରେ ପହଁଚିବାଲାଗି କୁହାଯାଇଥିଲା । ତେଣୁ ସମସ୍ତ ଛାତ୍ରମାନେ ଭୋର ସମୟରେ ପହଁଚିଥିଲେ । ଏଥି ମଧ୍ୟରେ ଅଷ୍ଟମ ଶ୍ରେଣୀର ଛାତ୍ର ବି ହରିଶ ମଧ୍ୟ ଅନୁରୁପଭାବେ ଯୋଗଦେଇଥିଲେ । ଭୋର ୪ଟାଠାରୁ ପିଲାମାନଙ୍କୁ ଡକାଯାଇଥିବା ବେଳେ ପୁର୍ବାହ୍ନ ୭ଟା ପର୍ଯ୍ୟନ୍ତ କେହି ଆସିନଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଙ୍କ ଯୋଗଦାନର ସମୟ ରହିଥିଲା ପୁର୍ବାହ୍ନ ୯ଟା । ତେବେ ଭୋର ୪ଟାଠାରୁ ସକାଳ ୭ଟା ପର୍ଯ୍ୟନ୍ତ ପିଲାମାନେ ଅନାହାରରେ ରହି ଅପେକ୍ଷା କରିଥିବା ବେଳେ ହରିଶ ହଠାତ ଅଚେତ ହୋଇ ପଡିଯାଇଥିଲେ । ମାତ୍ର ଏହି ସମୟରେ ଜଣେ ରେଳକର୍ମଚାରୀ ମଣିଂୱାକ କରୁଥିବା ବେଳେ ତାଙ୍କ ଦୃଷ୍ଟିରେ ଏହି ଘଟଣା ପଡିଥିଲା । ତେଣୁ ଉକ୍ତ ରେଳକର୍ମଚାରୀ ଜଣଙ୍କ ପିଲାଟିକୁ ଉଦ୍ଧାର କରି ନିକଟସ୍ଥ ରେଳପଥ ହସ୍ପିଟାଲକୁ ନେଇଥିଲେ । ଚିକିତ୍ସାପରେ ସେଠାରେ ଛାତ୍ରଟି ସୁସ୍ଥ ହୋଇଥିଲେ ।  ମାତ୍ର ଏହି  ଘଟଣାକୁ ନେଇ ଉକ୍ତ ଛାତ୍ରର ଅଭିଭାବକ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, କେଉଁ କାରଣରୁ ପ୍ୟାରେଡକୁ ଏତେଶିଘ୍ର ପିଲାମାନଙ୍କୁ ଡକାଯାଇଥିଲା । ଯଦି ଡକାଯାଇଥିଲା ସେମାନଙ୍କଲାଗି ରେଳବିଭାଗ କେଉଁ ପ୍ରକାର ସୁରକ୍ଷା ପ୍ରଦାନରେ ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ ଡକାଯାଇଥିଲା ବୋଲି ଅଭିଭାବକମାନେ ଏନେଇ ଖୋର୍ଦ୍ଧାରୋଡ ଡିଆରଏମଙ୍କୁ ଭେଟିବେ ବୋଲି କହିଛନ୍ତି ।  ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୧୭/୮/୨୦୨୨---୬,୪୦    Sakhigopal News, 17/8/2022

 । 


Blog Archive

Popular Posts