Breaking News

ସାକ୍ଷୀଗୋପିନାଥଙ୍କ ଝୁଲଣ ପର୍ବ ଶେଷ



ସାକ୍ଷୀଗୋପାଳ ---- ଜଗତରନାଥ ଜଗନ୍ନାଥଙ୍କ ନୀତି ନିଘଣ୍ଟ ଅନୁଯାୟୀ ସାକ୍ଷୀଗୋପିନାଥ ଦେବଙ୍କର ଗହ୍ମାପର୍ବ ଶୁକ୍ରବାର ଦିନ ପାଳିତ ହେବା ସହ ଝୁଲଣ ଯାତ୍ରା ଶେଷ ମଧ୍ୟ ହୋଇଯାଇଛି ।  ବଳଭ୍ରଦଙ୍କ ଜନ୍ମ ତିଥିରେ  ସାକ୍ଷୀଗୋପିନାଥ ଓ ମା ଶ୍ରୀରାଧାଙ୍କୁ ରାକ୍ଷୀ ଲାଗି କରାଯାଇଛି । ଦ୍ୱୀପହର ଧୂପ ବେଶରେ ନୂତନବସ୍ତ୍ର. ଚନ୍ଦନ, ତୁଳସୀ ଲାଗି କରାଯିବାପରେ  ଉପଚାର, ଆଳତୀ ଓ ଗହ୍ମାମଣ୍ଡା ଭୋଗ କରାଯାଇଥିଲା  । ଠକୁରଙ୍କୁ ପାଟ ସୁତା ରାକ୍ଷୀ ଓ  ଗୁଆମାଳ ରାକ୍ଷୀ ଭାବରେ ସେବାୟତ ମାନେ ଲାଗି କରିଥିଲେ । ରାତ୍ରରେ ଚଳନ୍ତି ପ୍ରତିମା ମଦନମୋହନ ସୁ ସଜିତ ବିମାନରେ ଗହ୍ମାବେଦୀକୁ ବିଜେ କରି ସେଠାରେ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୮/୨୦୨୨---୬,୨୦  

 Sakhigopal News, 12/8/2022

Popular Posts