Breaking News

ୟୁ ବି ହାଇ ସ୍କୁଲରେ ହର୍ ଘର୍ ଝଣ୍ଡା କାର୍ଯ୍ୟକ୍ରମ



 
  ଭଞ୍ଜନଗର----   ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ହର୍ ଘର୍ ଝଣ୍ଡା କାର୍ଯ୍ୟକ୍ରମ  ପାଳିତ ହୋଇଯାଇଛି । ଏନ ସି ସି ଆର୍ମି ଅଫିସର (2 ଓଡିଶା ବି. ଏନ୍. ଏନସିସି , ବ୍ରହ୍ମପୁର ) ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ  ପାଳିତ ଏହି ହର୍ ଘର୍ ଝଣ୍ଡା କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟ ମାନଙ୍କ ଦ୍ଵାରା ହର୍ ଘର୍ ଝଣ୍ଡା କାର୍ଯ୍ୟକ୍ରମ ସମ୍ପର୍କିତ ସ୍ଲୋଗାନ, ପ୍ରବନ୍ଧ ପ୍ରତିଯୋଗିତା ଓ ଆଲୋଚନା କରାଯାଇଥିଲା । ଏହା ସହିତ ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ  ଜାତୀୟ ସଂହତି ସଂପର୍କିତ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ " ଭାରତ୍ ହମାରା , ସବ୍ ସେ ପ୍ଯାରା  "  ଏବଂ ଆର୍ମୀ ଅଫିସର୍ ଶ୍ରୀ ମିଶ୍ର " ଝଣ୍ଡା ଉଁଚା  ରହେ ହମାହରା , ବିଜୟୀ ବିଶ୍ବ ତ୍ରିରଙ୍ଗାପ୍ଯାରା " ନାରା ଦେଇଥିଲେ । ତତ୍ ସହିତ ଏନ୍ ସି ସି କ୍ୟାଡେଟ୍ ମାନଙ୍କୁ ଚାରା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କ୍ୟାଡେଟ ଅଗଷ୍ଟ ମାସ ୧୧ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଦିନ ନିଜ ନିଜ ଘରେ ପତାକା ଉତ୍ତୋଳନ କରିବା ନିମନ୍ତେ ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା କୁ ପହଞ୍ଚାଇଥିଲେ ଶ୍ରୀ ମିଶ୍ର । ଉକ୍ତ କାର୍ଯ୍ୟ କ୍ରମରେ ଏନ ସି ସି ନାଭାଲ୍ ଅଫିସର କେଦାରନାଥ ସେଠୀ , କ୍ରୀଡା  ଶିକ୍ଷୟିତ୍ରୀ ସପନେଶ୍ବରୀ ଦିଗାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ  ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୨---୮,୧୦  Sakhigopal News,12/8/2022

Popular Posts