ଜଟଣୀ ବ୍ଲକରେ ଜନ ଶୁଣାଣି ସହିତ ତିନି ଚକିଆ ସାଇକେଲ ପ୍ରଦାନ
Distribution of tricycles with public hearing in Jatni block
ଜଟଣୀ --ଆଜି ଜଟଣୀ ପଞ୍ଚାୟତ ସଭାଗୃହ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବ୍ରତୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିଗନ୍ତ କୁମାର ରାଉତରାୟ (ଖୋର୍ଦ୍ଧା ), ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଡେପୁଟି ଜିଲ୍ଲାପାଳ ଶ୍ରୀମତୀ ସୁଚେତା ମହାପାତ୍ର, ଜଟଣୀ ବିଡ଼ିଓ ସରୋଜ କୁମାର ରାଉତଙ୍କ ସହ ବିଭିନ୍ନ ବିଭାଗର ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜିର ଅଭିଯୋଗ ଶୁଣାଣି ଶିବିରରେ 149 ଗୋଟି ବିଭିନ୍ନ ସଂକ୍ରାନ୍ତୀୟ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଜଣେ ଭିନ୍ନକ୍ଷମ ଦିବ୍ୟାଙ୍ଗକୁ ଏକ ତିନି ଚକିଆ ସାଇକଲ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିବାକୁ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶିବିରରେ ବ୍ଲକ ଅଧକ୍ଷା ଜୟନ୍ତୀ ଛୋଟରାୟ ଉପସ୍ଥିତ ଥିଲେ ।
ଜଟଣୀରୁ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୮/୨୦୨୨---- ୮,୧୦ Sakhigopal News,8/8/2022