କପିଳାସ ରୋଡ୍ ଷ୍ଟେସନରେ ନୂଆ ପାସେଞ୍ଜର ଟିକେଟ୍ କାଉଣ୍ଟର ଉଦଘାଟିତ
New passenger ticket counter opened at Kapilas road station
ଜଟଣୀ -ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କପିଳାସ ରୋଡ୍ ରେଳ ଷ୍ଟେସନରେ ଏକ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ (PRS) ଟିକେଟ୍ କାଉଣ୍ଟର ଖୋଲାଯାଇଛି । ବର୍ତ୍ତମାନ ଯାତ୍ରୀମାନେ ଏହି କାଉଣ୍ଟରରୁ ଯେକୌଣସି ଷ୍ଟେସନଠାରୁ ଯେକୌଣସି ଷ୍ଟେସନ ପର୍ଯ୍ୟନ୍ତ ସମସ୍ତ ଟ୍ରେନରେ ସଂରକ୍ଷିତ ଟିକେଟ୍ ବୁକ୍ କରିପାରିବେ । କପିଳାସ୍ ରୋଡ୍ ରେଳ ଷ୍ଟେସନ୍ ହେଉଛି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ NSG-6 କ୍ୟାଟେଗୋରୀ ଷ୍ଟେସନ । ପୂର୍ବରୁ କପିଳାସ ରୋଡ ରେଳ ଷ୍ଟେସନରେ ଗୋଟିଏ ଅଣ-ସଂରକ୍ଷିତ ଟିକେଟ୍ ସିଷ୍ଟମ (UTS) କାର୍ଯ୍ୟକ୍ଷମ ଥିଲା । ବର୍ତ୍ତମାନ ଯାତ୍ରୀମାନେ UTS ଟିକେଟ୍ କାଉଣ୍ଟର ସୁବିଧା ସହିତ ଷ୍ଟେସନରେ ସଂରକ୍ଷିତ ଟିକେଟ୍ ପାଇପାରିବେ ।
ଏହି PRS କାଉଣ୍ଟର, ରବିବାର ବ୍ୟତୀତ ସମସ୍ତ କାର୍ଯ୍ୟ ଦିନରେ ସକାଳ 8 ଘଣ୍ଟାରୁ ଅପରାହ୍ନ 15 ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଯାତ୍ରୀମାନଙ୍କୁ କପିଳାସ ରୋଡ୍ ରେଳ ଷ୍ଟେସନରେ ଏହି PRS ଟିକେଟ୍ କାଉଣ୍ଟରରୁ ସଂରକ୍ଷିତ ଟିକେଟ୍ କ୍ରୟ କରି ଟ୍ରେନରେ ଯାତ୍ରା କରିବାକୁ ଅନୁରୋଧ କରା ଯାଉଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୮/୨୦୨୨----୮,୨୫ Sakhigopal News,8/8/2022