Breaking News

କେତକୀପାଟଣା ନୋଡାଲ ଉଛ୍‌ଚ ବିଦ୍ୟାଳୟ ଛାତ ସିଲିଂରୁ ପ୍ଳାଷ୍ଟର ଖସିଲା, ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ



ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର  କେତକୀପାଟଣା ଉଚ୍ଚ ବିଦ୍ୟାଳୟଦୁଇ ମାସ ତଳେ ଏକ ନୂତନ କୋଠା ଘର କାମ କରାଯାଇଥିଲା । ଉକ୍ତ ଛାତରୁ ୫ରୁ ୬ ଲମ୍ବାର ଛାତରୁ ପ୍ଳାଷ୍ଟର ଖସି ପଡିଛି । ମାତ୍ର ଏହି ଦୁର୍ଘଟଣା ଘଟିବା ସମୟରେ ସେଠାରେ କୌଣସି ଛାତ୍ର ଛାତ୍ରୀ ନଥିଲେ । ଏହି ଘର ନିର୍ମାଣ ପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ମାତ୍ର ଦୁଇ ମାସ ନ ପୁରୁଣୁ ଛାତରୁ ପ୍ଳାଷ୍ଟାର ଖସିବା ଏକ ଦୁଭାର୍ଗ ଜନକ ବୋଲି  ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟ ଓ ଅଭିଭାବକ ମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଆଲେଚନା କରିଥିଲେ । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୀ ଜିଲ୍ଲାପାଳ, ସତ୍ୟବାଦୀ ବିଡିଓ, ମଣ୍ଡଳ ଶିକ୍ଷା ଅଧିକାରୀଣିଙ୍କ ସହିତ ବିଭାଗୀୟ ଯନ୍ତ୍ରୀଙ୍କୁ ଲିଖିତ ଭାବେ ପତ୍ର ମାଧ୍ୟମରେ ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୮/୨୦୨୨----୬,୨୫    Sakhigopal News, 17/8/2022

Blog Archive

Popular Posts