ଡ଼ଃ ରାମଚନ୍ଦ୍ର ସାମନ୍ତରାୟ ବିଂଜ୍ଞାନ କଳା ଓ ବୈଷୟିକ ମହାବିଦ୍ୟାଳୟର +2 କଳା ରେ ପାସ ହାର 99,ପ୍ରତିଶତ
Dr. Ramachandra Samanthara College of Science, Arts and Sciences +2 Arts pass rate is 99
ନୟାଗଡ଼ : ଚଳିତ ବର୍ଷ ଯୁକ୍ତ ଦୁଇ କଳାର ଫଳ ସୋମବାର ଅପରାହ୍ନ ସମୟରେ ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ରେ ଏହା ପ୍ରକାଶ କରାଯାଇଛି। । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।ଛାତ୍ରଛାତ୍ରୀ ମାନେ www.orissaresults. nic.in ରେ ରେଜଲ୍ଟ ଦେଖିପାରିବେ । ଗଣିଆ ନିକଟସ୍ଥ ସାମନ୍ତରାୟ ନଗରରେ ଥିବା ଡ଼ଃ ରାମଚନ୍ଦ୍ର ସାମନ୍ତରାୟ କଳା ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ରେ ପାସ ହାର 99 ପ୍ରତିଶତ ହୋଇଛି।ଏଥିରେ 59 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଜଣେ ମାତ୍ର ଛାତ୍ର ଫେଲ ହୋଇଛନ୍ତି,। ତେବେ ଏଥିରୁ ପ୍ରଥମ ଶ୍ରେଣୀରେ 15ଜଣ ଏବଂ ଦ୍ୱିତୀୟ ଶ୍ରେଣୀରେ 25ଜଣ ଓ ତୃତୀୟ ଶ୍ରେଣୀ ରେ 18ଜଣ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟ ର ସୁନାମ ଅର୍ଜନ କରିଛନ୍ତି। ମହାବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ଛାତ୍ର ସିଦ୍ଧାନ୍ତ ରାଉତ 466 ଏବଂ ସିଦ୍ଧାନ୍ତ ଲେଙ୍କା 466 ନମ୍ବର୍ ରଖି କଲେଜ ଟପର ହୋଇଛନ୍ତି।ଏବଂ ଦ୍ଵିତୀୟ ଶ୍ରେଣୀରେ ପ୍ରତିମା ରାଉତ 450 ନମ୍ବର ରଖି ଓ ତୃତୀୟ ଶ୍ରେଣୀରେ ସସ୍ମିତା ମନ୍ତ୍ରୀ 420 ନମ୍ବର ରଖି କଲେଜର ସୁନାମ ଅର୍ଜନ କରିଛନ୍ତି।ଗଣିଆ,ଡ଼ଃ ରାମଚନ୍ଦ୍ର ସାମନ୍ତରାୟ ବିଂଜ୍ଞାନ କଳା ଓ ବୈଷୟିକ ମହାବିଦ୍ୟାଳୟର ପାସ ହାର 99 ପ୍ରତିଶତ ହୋଇଛି। ମହାବିଦ୍ୟାଳୟର ପ୍ରିନ୍ସପାଲ ଡ଼ଃ ମଳୟ କୁମାର ପଣ୍ଡା ଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଶିକ୍ଷା ଦିଗରେ ଗୁରୁ ଦାୟୀତ୍ୱ ଏବଂ ଅଧ୍ୟାପକ, ଅଧ୍ୟାପିକାଙ୍କ ଶିକ୍ଷାଦାନ ପଦ୍ଧତି ଉଚ୍ଚ କୋଟିର ଯୋଗୁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ସଫଳତା ଦିଗରେ ଅଗ୍ରସର ହୋଇ ପାରିଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ର ପ୍ରିନ୍ସପାଲ ଡ଼ଃ ମଳୟ କୁମାର ପଣ୍ଡା ଓ ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କୁ ଶ୍ରେୟ ଦେଇଛନ୍ତି।
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୮/୮/୨୦୨୨---୯,୪୦ Sakhigopal News,8/8/2022