ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ମହିଳା ଶାଖା ତରଫରୁ ଅର୍ଥମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ଜଟଣୀ --ଅଲଇଣ୍ଡିଆ ରେଲୱେମେନ୍ସ ଫେଡେରେସନ ର ଆହ୍ୱାନ କ୍ରମେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନର ମହିଳା ଶାଖା ତରଫରୁ ତା ୧୭ ରିଖ ରେ ଏକ ଦାବିପତ୍ର ଭାରତର ଅର୍ଥମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ଖୋର୍ଦ୍ଧା ମଣ୍ଡଳ ର ମଣ୍ଡଳ ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁଯାଇ ଭାରତୀୟ ରେଳ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀ ମାନଙ୍କୁ ଶିଶୁ ଯତ୍ନ ଉଦେଶ୍ୟ ରେ ୩୬୫ ଦିନର ଅତିରିକ୍ତ ଛୁଟି ମଞ୍ଜୁରୀ ର ବ୍ୟବସ୍ଥା ରହିଛି।ଯେଉଁଥିରେ ପ୍ରଥମ ବର୍ଷ ରେ ସତପ୍ରତିଶତ ଦରମା ଏବଂ ଦ୍ଵିତୀୟ ବର୍ଷରେ ୮୦ ପ୍ରତିଶତ ଦରମା ଦେବାର ବନ୍ଦୋବସ୍ତ କରାଯାଇଅଛି।ଦ୍ଵିତୀୟ ବର୍ଷରେ ମିଳୁଥିବା ୮୦ ପ୍ରତିଶତ ଦରମାକୁ ବିରୋଧ କରି ସଂଗଠନ ର ମହିଳା କର୍ମଚାରୀ ମାନେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ । ଏବଂ ପୂର୍ବତଟ ଜୋନର ତିନୋଟି ମଣ୍ଡଳ ତଥା ଖୋର୍ଦ୍ଧା, ସମ୍ବଲପୁର,ବିଶାଖାପାଟଣା ରୁ ବହୁ ମହିଳା କର୍ମଚାରୀଙ୍କ ଦସ୍ତଖତ କୁ ସମ୍ମିଳିତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ଜୋନାଲ ମହିଳା ଅଧ୍ୟକ୍ଷ ଶ୍ରୀମତୀ ଇତିଶ୍ରୀ ନିବେଦିତା,ବିଥିକା ପଣ୍ଡା,କୁମୁଦିନୀ ରାଉତରାୟ,ସବିତା ବେହେରା,ଶୁଭଶ୍ରୀ ଦାସ,ପ୍ରୀତିମୟୀ ସାହୁ,ନଳିନୀପ୍ରଭା ଷଡଙ୍ଗୀ,ଲଷ୍ମୀପ୍ରିୟା ମିଶ୍ର,ପ୍ରଣତି ପଟ୍ଟନାୟକ,ସଂଯୁକ୍ତା ମହାନ୍ତି,ଏନ ଯଶୋଦା,ପି ରମାଲଷ୍ମୀ,ଲିତା ମହାନ୍ତି,ଏମ୍ ଏସ ସୌମ୍ୟା ଆଦି ବହୁ ମହିଳା କର୍ମଚାରୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
ଜଟଣୀ ରୁ-ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୮/୨୦୨୨---୬,୪୦ Sakhigopal News,17/8/2022