ବାଙ୍କୀ ତହସିଲଦାରଙ୍କ ଜ୍ଞାତ ସାରରେ ଚାଲିଛି ବେଆଇନ ଭାବେ ବାଲି ଚାଲଣ
କଟକ/ ବାଙ୍କୀ ---ସରକାର ବିଭିନ୍ନ ବାଲି ଘାଟ ହେଉ ବା ପଥର ଖଣି ହେଉ ରାଜସ୍ୱ ବୃଦ୍ଧି ପାଇଁ ପ୍ରଶାସନିକ ସ୍ତରରେ ଟେଣ୍ଡର କରାଯାଉଥିବା ବେଳେ ଏହା କିନ୍ତୁ ସଫଳ ରୂପାୟନ ହୋଇପାରି ନାହିଁ । ଫଳରେ କେଉଁଠି ବାଲି ଓ ପଥର ଖଣି ଚୋରା ଚାଲାଣ ହେଉଛି। ଏଥି ଯୋଗୁଁ ସରକାର ପାଇବାକୁ ଥିବା ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ କ୍ଷତି ହେବାରେ ଲାଗିଛି। ସ୍ଥାନୀୟ ପ୍ରଶାସନିକ ଅଧିକାରିଙ୍କୁ ହାତ ବାରିଷି କରି ଖୁଲମ ଖୁଲା ଭାବେ ବାଲି ଘାଟରୁ ବାଲି ଚୋରା ଚାଲାଣ ହେବାରେ ଲାଗିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ତହସିଲ ଅଞ୍ଚଳରେ । ସ୍ଥାନୀୟ ତହସିଲଦାର ଏବଂ କର୍ମଚାରୀ ସବୁ ଜାଣୁଥିଲେ ମଧ୍ୟ ନ ଜାଣିଲା ପରି ରହୁଛନ୍ତି। ଫଳରେ ବାଲି ମାଫିଆ ମାନେ ଟ୍ରକ ଟ୍ରକ ବାଲି ଓଡିଶା ବାହାରକୁ ଚୋରା ଚାଲାଣ କରୁଛନ୍ତି। ଏଠି ପ୍ରଶ୍ନ ହେଉଛି ଓଡ଼ିଶା ବାହାର ଯଥା ଆନ୍ଧ୍ରା କୁ ବାଲି ଚାଲାଣ ନିୟମ ଅଛି କି ? ଯଦି ଅଛି ତାହେଲେ ଠିକ ଅଛି। ଯଦି ଚାଲାଣ କରିବାର ନିୟମ ନାହିଁ ତାହେଲେ କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ ଏଭଳି ଖୁଲମ ଖୁଲା ବାଲି ଟ୍ରିପ ଟ୍ରିପ ବାଲି ଚାଲାଣ କରାଯାଉଛି।ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଯୋଗ୍ୟ ଯେ ଯେଉଁ ବାଲି ଏଠାରୁ ଚାଲାଣ କରାଯାଉଛି ଏଠାରେ ପ୍ରସିଦ୍ଧ ଦର୍ଶନିୟ ପୀଠ ରାମନାଥ, ସିଂହନାଥ ,ନୃସିଂହନାଥ ଠାକୁରଙ୍କ ପୀଠ ପାଖରେ ବାଲି ଘାଟ କରାଯିବା କଥା ନୁହେଁ କିନ୍ତୁ ଏହି ଠାକୁରଙ୍କ ସ୍ଥାନ ପାଖରୁ କିଭଳି ବାଲି ଚାଲାଣ କରାଯାଉଛି। ବାଙ୍କି ସବଡିଭିଜନରେ ଉପ ଜିଲ୍ଲାପାଳ , ତହସିଲଦାର, ବିଡ଼ିଓ,ବରିଷ୍ଠ ଅଧିକାରୀ ମାନଙ୍କର ଏଠାରେ କାର୍ଯ୍ୟାଳୟ ଥାଇ ମଧ୍ୟ ଏହି ବାଲି ଘାଟ ଦିଗରେ କାହାର ଦୃଷ୍ଟି ନ ପଡିବା ଏହା ବିସ୍ମିତ ଲାଗୁଛି।ଯଦି ଏହି ବାଲି ଘାଟ ଦିଗରେ ପ୍ରସାଶନିକ ସ୍ତରରେ ପଦକ୍ଷେପ ନିଆ ନଯାଏ ବାଙ୍କୀ ଅଂଚଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ଘଟି ଚାଲିଥିବ। ଏଣୁ ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜଣସାଧାରଣରେ ଦାବି ହେଉଛି।
କଟକ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୮/୮/୨୦୨୨----୧୨,୧୦ Sakhigopal News,18/8/2022