ମହାବିଦ୍ୟାଳୟରେ ଶରତ ପୂଜାରୀ ଙ୍କ ଜନ୍ମଦିନ ପାଳନ
Sharat Pujari's birthday celebration in college
ବରଗଡ଼--- ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ପରିସରରେ ଶରତ ପୂଜାରୀଙ୍କ ଜନ୍ମଦିନ ପାଳନ ହୋଇଯାଇଛି। ଶରତ ପୂଜାରୀ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଅଧକ୍ଷ ଡଃ ପ୍ରମୋଦ କୁମାର ଭୋଇ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ସୋମେନ ପୂଝାରୀ ଯୋଗ ଦେଇଥିଲେ ।ସମ୍ମାନୀତ ଅତିଥି ଭାବରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡା, ଅଧ୍ୟାପିକା ଡାଃ ଅମୃତା ସାମନ୍ତ, ଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଶରତ ପୂଜାରୀ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୮/୨୦୨୨---- ୮,୫୦ Sakhigopal News,8/8/2022