Breaking News

ଭଞ୍ଜନଗର ମୁଖ୍ୟଡାକଘର ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ

Harghar Triranga Abhiyan Program by Bhanjnagar Head Office


ଭଞ୍ଜନଗର-ସ୍ଥାନୀୟ ମୁଖ୍ୟଡାକଘର ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ  କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଡାକପାଳ ସୂର୍ଯ୍ୟ ନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ସମାଜସେବୀ ହରିକୃଷ୍ଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ହରଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ପାଳନ ହେଉଥିବା କହିଛନ୍ତି । ବିଦେଶୀ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଲକ୍ଷ ଲକ୍ଷ ସଂଗ୍ରାମୀ ନିଜ ଜୀବନକୁ ବଳିଦାନ କରିଛନ୍ତି । ତେବେ ଇତିହାସ ପୃଷ୍ଠାରେ ସେମାନଙ୍କ ନାମ ଲିପିବଦ୍ଧ କରାଯାଇନାହିଁ । ସେମାନଙ୍କୁ ମନେ ପକାଇବା ସହ ସ୍ବାଧୀନତା ସଂଗ୍ରାମରେ ଭଞ୍ଜନଗର ଅଞ୍ଚଳରେ ମଧ୍ୟ ଅବଦାନ ମଧ୍ୟ ରହିଥିବା ସେ କହିଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ଜନସାଧାରଣ ନିକଟରେ ପହଞ୍ଚିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ନାନରେ ଆଜି ଭଞ୍ଜନଗର ମୁଖ୍ୟ ଡାକଘରର ସମସ୍ତ କର୍ମଚାରୀ ଜାତୀୟ ପତାକା ଧରି ଏକ ଶୋଭାଯାତ୍ରାରେ ମୁଖ୍ୟ ଡାକଘରରୁ ବାହାରି ଷ୍ଠେଟ ବ୍ୟାଙ୍କ ଛକ ଦେଇ ସହର ପରିକ୍ରମା କରି ଖାଲାସି ସାହି ଦେଇ ମୁଖଡାକଘର କାର୍ଯ୍ୟଳୟରେ ପହଞ୍ଚି ଥିଲେ।  କାର୍ଯ୍ୟକ୍ରମରେ ଡାକ ସହକାରୀ ଅଧିକ୍ଷକ ଓ କର୍ମଚାରୀମାନେ ଭାଗ ନେଇ ନ ଥିବା ଦେଖିବାକୁ ମିଳିଥିଲା ।ଡାକ ବିଭାଗର ଅଧିକାରୀଙ୍କ ନିଦ୍ଧେର୍ଶକୁ ଅବମାନନା କଲେ ଭଞ୍ଜନଗର ଡାକ ସହକାରୀ ଅଧୀକ୍ଷକ।ଏହି କାର୍ଯ୍ୟକ୍ରମରେ ସେଛାସେବୀ ହରିକୃଷ୍ଣ ସାହୁ,ଶମ୍ଭୁନାଥ ତ୍ରିପାଠୀ,ଶଙ୍କର ଗୌଡ଼,ଗଣେଷ ସ୍ବାଇଁ, ରବିନ୍ଦ୍ର କୁମାର ବିଷୋୟୀ ,ଲୋକନାଥ ଗୌଡ଼,ଶୁମନ ସଂଗୀତ ପଟ୍ଟନାୟକ,ରମାକାନ୍ତ ଶତପଥୀ ,ଦେବୀପ୍ରସାଦ ପଣ୍ଡା,କାତ୍ତିକେଶ୍ବର ମଙ୍ଗରାଜ,ସୂର୍ଯ୍ୟ ନାରାୟଣ ଦାସ, ପ୍ରମୁଖ ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର.   ପ୍ରଧାନଙ୍କ ରିପୋର୍ଟ,୮/୮/୨୦୨୨---୯,୧୦   Sakhigopal News,8/8/2022

Blog Archive

Popular Posts