76ତମ ସ୍ବାଧୀନତା ଦିବସ ପାଳନ ପାଇଁ ଛାତ୍ରଛାତ୍ରୀଙ୍କ ପ୍ୟାରେଡ଼ ପ୍ରସ୍ତୁତି
Preparation of parade of students to celebrate 76th Independence Day
ନୟାଗଡ----ନୟାଗଡ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗଣିଆ ନିକଟ ଡ଼ଃ ରାମଚନ୍ଦ୍ର ସାମନ୍ତରାୟ ବିଜ୍ଞାନ, କଳା ଓ ବୈଷୟିକ ମହାବିଦ୍ୟାଳୟ ରେ ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ୟାରେଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି।ପ୍ରତ୍ୟହ ଅପରାହ୍ନ ତିନିଟା ରୁ ଚାରିଟା ପର୍ଯ୍ୟନ୍ତ ପ୍ୟାରେଡ଼ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଉଛି।ଛାତ୍ର ଛାତ୍ରୀ ମାନେ କିଭଳି ଉଚ୍ଚକୋଟୀର ପ୍ୟାରେଡ଼ କରି ପାରିବେ ଏ ନେଇ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା,ସ୍ୱାତି ପ୍ରଗତିକା ମିଶ୍ର ତାଲିମ ପ୍ରଦାନ କରୁଛନ୍ତି।ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଉମାକାନ୍ତ ବେହେରା ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ମହାବିଦ୍ୟାଳୟ ର ପ୍ରିନ୍ସପାଲ ଡ଼ଃ ମଳୟ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କ ଉଚ୍ଚ କୋଟିର ଶିକ୍ଷାବ୍ୟବସ୍ଥା ସହିତ ବିଭିନ୍ନ ପ୍ରତିଯୋଗିତାରେ ଯେପରି ପରିଦର୍ଶୀତା ଓ ସୁନାମ ଅର୍ଜନ କରିପାରିବେ ଏନେଇ ମଧ୍ୟ ଦୃଷ୍ଟି ଦେଉଛନ୍ତି। ମହବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଜିତେନ ପାଣିଗ୍ରାହୀ, ସୋମନାଥ ମନ୍ତ୍ରୀ କେମେଷ୍ଟ୍ରି ଅଧ୍ୟାପକ, ରସାନନ୍ଦ ବେହେରା ଗଣିତ ଅଧ୍ୟାପକ, ସତ୍ୟନାରାୟଣ ମିଶ୍ର, ଫିଜିକ୍ସ ଅଧ୍ୟାପକ, ଡ଼ଃ ବିଜୟ କୁମାର ଦାସ ଫିଜିକ୍ସ ଅଧ୍ୟାପକ, ଦେବୀ ପ୍ରସାଦ ବିଶ୍ୱାଳ କମ୍ପୁଟରସାଇନ୍ସ ଅଧ୍ୟାପକ, ଶୈଳେଶ ଶତପଥୀ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ,ଦେବାଶିଷ ନାୟକ ପ୍ରାଣୀବିଜ୍ଞାନ ଅଧ୍ୟାପକ, ସୌମ୍ୟରଞ୍ଜନ ଆଚାର୍ଯ୍ୟ, ଗଣିତ ଅଧ୍ୟାପକ ଜ୍ୟୋତି ରଞ୍ଜନ ଖୁଣ୍ଟିଆ ଉଦ୍ଭିଦ ବିଜ୍ଞାନ ଓ ପ୍ରଭାତ ସାରେ ଇଂଲିଶ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଵଳ ଭବିଷ୍ୟତ ଦିଗରେ ପଦକ୍ଷେପ ନେଉଛନ୍ତି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୬/୮/୨୦୨୨----- ୬,୪୦ Sakhigopal News,6/8/2022