Breaking News

ବନ ବିଭାଗ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ମୂଲ୍ୟବାନ ପୁରୁଣା ଶାଗୁଆନ ଗଛକଟା

The forest department and the timber mafia are cutting down the valuable old shaguan trees.

କଟକ----  କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅଧୀନସ୍ଥ ବରପୁଟ ଓ କାଳିପୋଇ ଗ୍ରାମପଞ୍ଚାୟତ ନିକଟବର୍ତ୍ତୀ ଜଗନ୍ନାଥ ମନ୍ଦିର ନିକଟରୁ ଅବାଧରେ କଟାଚାଲିଛି ପୁରୁଣା ବୃହତକାୟ ଶାଗୁଆନ ଗଛ । ମନ୍ଦିର ନିକଟରେ ସରକାରୀ ଜାଗାରେ ସରକାରଙ୍କ ତରଫରୁ ଲଗାଯାଇଥିବା ମୂଲ୍ୟବାନ ଗଛ ଅବାଧରେ କଟା ଯାଉଛି । ଖବର ଦେଲେ ମଧ୍ୟ ବନବିଭାଗ ଚୁପଚାପ ବସିଯାଇଛି । ଆର. ଆଇଙ୍କ ଉପରେ ଦୋଷ ଲଦି ବୈଦେଶ୍ବର ଫରେଷ୍ଟର ନାହିରେ ତେଲ ପକେଇ ବସିଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଏଣେ ସରକାର ହରାଉଛନ୍ତି କୋଟିକୋଟି ଟଙ୍କାର ରାଜସ୍ବ । ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଛନ୍ତି ସରକାରଙ୍କ ଜଙ୍ଗଲକୁ ସୁରକ୍ଷା ଦେବାପାଇଁ । ଏଠି କ୍ଷେତ ଖାଉଛି ବାଡ ।ବନବିଭାଗ ଅଧିକାରୀ ସରକାରଙ୍କ ଦରମା ନେଇ  ନିଜେ ସରକାରଙ୍କ ରାଜସ୍ୱ ହାନି ଘଟାଉଛନ୍ତି । କାଠ ମାଫିଆଙ୍କ ହାତ ବାରିସ ସାଜିଛନ୍ତି ବନବିଭାଗ। ଅସାଧୁ ଅଧିକାରୀଙ୍କୁ ହାତକରି କାଠ କାଟୁଛନ୍ତି କାଠମାଫିଆ ମାନେ । ନିଜେ ନିଜଆଡୁ ଜଙ୍ଗଲକୁ  ସୁରକ୍ଷା ଦେବେ କ'ଣ ,  ଖବର ଦେଲେ ମଧ୍ୟ ନଜାଣିବାର ଅଭିନୟ କରି ଚୁପଚାପ ବସୁଛନ୍ତି ବନ ବିଭାଗ କର୍ମଚାରୀ । ଏହାର କାରଣ ଜନସାଧାରଣଙ୍କୁ ଅଛପା ନାହିଁ । ମୋଟା ଅଙ୍କର ମାସିକ ଚାନ୍ଦା ଅଧିକାରୀଙ୍କୁ କରିଛି ଚୁପ । ଜିଲ୍ଲାପାଳ ତୁରନ୍ତ ବିଧିବଦ୍ଧ ତଦନ୍ତ କରି ଉଭୟ ସମ୍ପୃକ୍ତ ବନ ଅଧିକାରୀ ଓ କାଠମାଫିଆ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୬/୮/୨୦୨୨-----୬,୪୦    Sakhigopal News,6/8/2022

Blog Archive

Popular Posts