ସମାନୁପାତିକ ପ୍ରତିନିଧିତ୍ୱ ର ଆବଶ୍ୟକତା ଉପରେ ଆଲୋଚନା ଚକ୍ର
Discussion on the need for proportional representation.
ଭଞ୍ଜନଗର ---ଓଡିଶା ଚିନ୍ତା ଚେତନା ମଞ୍ଚ ଭଞ୍ଜନଗର ତରଫରୁ ସମାନୁପାତିକ ପ୍ରତିନିଧିତ୍ୱ ର ଆବଶ୍ୟକତା ଉପରେ ଆଲୋଚନା ଚକ୍ର ସ୍ଥାନୀୟ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ସୋମନାଥ ନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ଆମଫୋଇ ଅନୁଷ୍ଠାନ ର ସମ୍ପାଦକ ପ୍ରଫେସର ବି. ରାମଚନ୍ଦ୍ର ଓ ସମ୍ମାନିତ ଅତିଥି ଭାବେ ସ୍ୱପ୍ନା ବିଜୟିନୀ ଯୋଗଦାନ କରିଥିଲେ । ଆମଦେଶର ପ୍ରଚଳିତ ଭୋଟ ବ୍ୟବସ୍ଥା ରେ ଶାସକ ଦଳ ଶତକଡା ପଚାଶ ପ୍ରତିଶତ ଭୋଟ ନ ପାଇ ମଧ୍ୟ ସରକାର ଗଢି ପାରୁ ଥିବାରୁ ଏହି ସରକାର ବହୁ ଭୋଟରଙ୍କ ପ୍ରତିନିଧିତ୍ୱ କରି ପାରୁନାହିଁ । ଓଡିଶା କ୍ଷେତ୍ରରେ ମାତ୍ର 42ପ୍ରତିଶତ ଭୋଟ ପାଇ ବିଜେଡି ସରକାର ଗଠନ କରିଛି। ସେଇପରି କେନ୍ଦ୍ରରେ ମୋଦିସରକାର ମାତ୍ର 37ପ୍ରତିଶତ ଭୋଟ ପାଇ ସରକାର ଗଢିଛି । ଅଥଚ ବହୁମତ ଉଭୟଙ୍କ ବିରୁଦ୍ଧରେ ଯାଇଛି। ତେଣୁ ଆମର ଭୋଟ ପଦ୍ଧତି ରେ ଯେଉଁ ତ୍ରୁଟି ପରିଲକ୍ଷିତ ହେଉଛି ତାକୁ ନ ସୁଧାରିଲେ ଅସଲ ଗଣତନ୍ତ୍ର ପ୍ରତିଷ୍ଠା ହୋଇ ପାରିବ ନାହିଁ। ଏହି କାରଣରୁ ସମାନୁପାତିକ ଭୋଟ ବ୍ୟବସ୍ତା ଏକାନ୍ତ ଆବଶ୍ୟକ ବୋଲି ମୁଖ୍ୟ ବକ୍ତା ପ୍ରକାଶ କରିଥିଲେ ।ଏହି ବ୍ୟବସ୍ଥା ନେଲାସନ ମଣ୍ଡଲା ସାଉଥ ଆଫ୍ରିକା ରେ ପ୍ରବର୍ତ୍ତନ କରି ସବୁ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ଆଖି ଖୋଲି ଦେଇଛନ୍ତି । ଆମ ପଡୋଶୀ ଦେଶ ନେପାଳ ରାଜତନ୍ତ୍ରରୁ ଆସି ଏହି ବ୍ୟବସ୍ତା ଆପଣେଇ ନେଇ ଲୋକଙ୍କୁ ସୁଶାସନ ଦେଇ ପାରିଛି। ଆମ ଦେଶର କମ୍ୟୁନିଷ୍ଟ ପାର୍ଟି ମାନେ ନିଜ ଇସ୍ତାହାର ରେ ଏହା ରଖୁ ଥିଲେ ମଧ୍ୟ ସମଗ୍ର ଦେଶରେ ଏହାକୁ ଜୋରଦାର ଉପସ୍ଥାପିତ କରିପାରୁନଥିବାରୁ ସର୍ବ ସାଧାରଣରେ ଏହା ଗ୍ରହଣ ହୋଇ ଜନ ଆନ୍ଦୋଳନ ରୂପ ନେଇ ପାରିନାହିଁ । ଫଳରେ ବୁର୍ଜୁଆ ଦଳ ତାର ଫାଇଦା ଉଠାଇ ଦୁର୍ନୀତି ପୂର୍ଣ୍ଣ ଶାସନ କରି ଚାଲିଛନ୍ତି ।ଏହା ଉପରେ ବିଶ୍ୱବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ସର୍ବସାଧାରଣ ପର୍ଯ୍ୟନ୍ତ ତର୍କ ବିତର୍କ ହେବା ଜରୁରୀ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ। ହରିକୃଷ୍ଣ ସାହୁ, ପଦ୍ମଚରଣ ପ୍ରଧାନ, ନିରଞ୍ଜନ ପ୍ରଧାନ, ରବୀନ୍ଦ୍ର ନାଥ ଗୌଡ଼ ଦୁର୍ଲଭ ଚରଣ ସ୍ୱାଇଁ, ବସନ୍ତ କୁମାର ବଡତ୍ୟା ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ସଭାପତି ନିଜ ଅଭିଭାଷଣ ରେ କହିଥିଲେ ଓଡିଶା ସହର ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଯାଇ ଏହି ବାର୍ତ୍ତା ପଂହଁଚାଇ ଜନ ସଚେତନତା ସୃଷ୍ଟି କଲେ ରାଜନୈତିକ ଦଳମାନେ ବାଧ୍ୟ ବାଧକତା ରେ ଏହି ବ୍ୟବସ୍ତା କୁ ଗ୍ରହଣ କରିବେ । ସମ୍ମାନିତ ଅତିଥି ଶ୍ରୀମତୀ ସ୍ୱପ୍ନା ବିଜୟିନୀ ଅମାଫୋଇ ଦୀର୍ଘ ଚାରି ଦଶନ୍ଧି ଧରି କିପରି ଅନ୍ଧ ବିଶ୍ୱାସ ହଟେଇ ସାମାଜିକ ପରିବର୍ତ୍ତନ କରିଚାଲିଛି ତାର ସମ୍ୟକ ସୂଚନା ଦେଇଥିଲେ । ପରିଶେଷରେ ରବୀନ୍ଦ୍ର ନାଥ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୬/୮/୨୦୨୨----୫,୨୦ , Sakhigopal News,6/8/2022