Breaking News

ପୂର୍ବ ଶ୍ରତୃତାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀ ମାଡ

Husband and wife beating centered on previous feuds

ସାକ୍ଷୀଗୋପାଳ----୍ ଡେଲାଙ୍ଗ ବ୍ଳକର ଧାନକେରା ଗ୍ରାମ ପଞ୍ଚାୟତର ନାଗଣ ଗ୍ରାମରେ ପୂର୍ବ ଶ୍ରତୃତାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀକୁ ମାଡ ମରାଯାଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।  ସୁଚନାଯୋଗ୍ୟ ଯେ ବାସୁଦେବ ପ୍ରଧାନ ଗ୍ରାମରେ  ସଂଧ୍ୟା ସମୟରେ ତାରେଣୀ ମଣ୍ଟପରେ ବସିଥିଲେ । ସେଠାରେ ସଦାଶିବ ପ୍ରଧାନ, ହିମାଶୁଂ ପ୍ରଧାନ  ପହଞ୍ଚି ଅଶ୍ଳିକ ଭାଷାରେ ଗାଳିଗୁଜ   କରିଥିଲେ । ଏହାକୁ ବାସୁଦେବ ବିରୋଧ କରିବାରୁ ସେମାନେ  ଭୁଜାଲି ଧରି ଗୋଡାଇ ଆସିଥିଲେ । ପାଟିତୁଣ୍ଡ ଶୁଣି ବାସୁଦେବଙ୍କ ସ୍ତ୍ରୀ ସଂଯୁକ୍ତା ପ୍ରଧାନ ମଣ୍ଡପଠାରେ ପହଞ୍ଚି ଯାଇ ବାସୁଦେବଙ୍କୁ ରକ୍ଷା କରିବା ପାଇଁ ଯିବାରୁ ରାଗରେ ସଦାଶିବ ଓ ହିମାଶୁଂ  ସଂଯୁକ୍ତାଙ୍କୁ ମାଡ ମାରିବା ସହ ତାଙ୍କର ଲୁଗାପଟା ଚିରା ଚିରି କରିଦେଇଛନ୍ତି । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।  ଅଭିଯୋଗକୁ ଗ୍ରହଣ କରି ୧୮୩/୨୨ରେ ଏକ ମମାଲାରୁଜ କରାଯାଇଥିବା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୨---୪.୨୦   

 Sakhigopal News, 17/6/2022

Blog Archive

Popular Posts