Breaking News

ପୂର୍ବ ଶ୍ରତୃତାକୁ କେନ୍ଦ୍ର କରି ୱାର୍ଡସଭ୍ୟଙ୍କୁ ମାଡ

Beat the ward members, centering on previous feuds.

ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଆଳିଶ ଗ୍ରାମର ୱାର୍ଡ ସଭ୍ୟ କପିଳଚନ୍ଦ୍ର ସ୍ୱାଇଁ  ରାତିରେ ପାଖ ଗ୍ରାମରୁ ଏକ ଦଶାହ ଭୋଜି ଖାଇ ରାତି ୧୧ଟା ସମୟରେ ଫେରୁଥିଲେ । ସେହି ଗ୍ରାମର ବାବୁଲି ବିଶ୍ୱାଳ ଓ ତାଙ୍କ ପୁଅ ନିରଞ୍ଜନ ବିଶ୍ୱାଳ ପୂର୍ବ ଶ୍ରତୃତାକୁ କେନ୍ଦ୍ର କରି ଅଶ୍ଳିକ ଭାଷାରେ ବକାବନା କରିବା ସହ ମାଡ ମାରିଥିଲେ । ଏପରିକି ଜିବନରେ ମାରି ଦେବାକୁ ତଣ୍ଟିଚିପି ଦେବା ସହ ବେକରୁ ସୁନା ଚେନ ଓ ପକେଟରେ ଥିବା ୭୦ ହଜାର ଟଙ୍କା ନେଇ ପଳାଇଥିଲେ । ଗଲା ବେଳକୁ ନିରଞ୍ଜନ ଗୋଇଠା ମାରି ମୋବାଇଲିକୁ ଭାଙ୍ଗି ଦେବା ସହ ତୋ ନେତାଙ୍କୁ କହିବୁ ସେମାନେ ମୋର କଣ କରିବେ ବୋଲି ଧମକ ଦେଇଛି ବୋଲି ଅଭିଯୋଗରେ ଜଣାଇଛନ୍ତି । ଅଭିଯୋଗକୁ ଗ୍ରହଣକରି ୧୮୨/୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାର ିରହିଥିବା ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୨---୪.୨୦  

 Sakhigopal News, 17/6/2022

Blog Archive

Popular Posts