ନା ବାଳକ ନିଖୋଜ ଥାନାରେ ଅଭିଯୋଗ
No boy was reported missing.
ସାକ୍ଷୀଗୋପାଳ ------ ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟରାମପୁର ଗ୍ରାମର ରାଜ କିଶୋର ଭୋଇଙ୍କ ପୁଅ ଶୁଶାନ୍ତ ଭୋଇ (୧୪)ବର୍ଷ ୧୨ ତାରିଖ ଠାରୁ ନିଖୋଜ ଥିବା ସମ୍ପର୍କେ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ୧୮୧/୨୨ରେ ଏକ କେସରୁଜ କରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସୁଚନାଯୋଗ୍ୟ ଯେ ୧୨ ତାରିଖ ଦିନ ରାତିରେ ଶୁଶାନ୍ତ ( ଢ଼େଗୁ) ନ ଫେରିବାରୁ ଘର ଲୋକମାନେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ ।ଏପରିକି ତା ପରଦିନ ବନ୍ଦୁ ବାନ୍ଧବ ଘର ସହିତ ତାର ସାଙ୍ଗ ସାଥୀଙ୍କ ଘର ଖୋଜା ଖୋଜି କରିଥିଲେ । କେଉଁଠାରେ ଶୁଶାନ୍ତର ଖୋଜ ଖବର ନ ପାଇବାରୁ ଶେଷରେ ଥାନାରେ ଶୁଶାନ୍ତଙ୍କ ବାପା ରାଜକିଶୋର ଜଣାଇଛନ୍ତି । ସେ ଯିବା ସମୟରେ ନିଲ ରଙ୍ଗର ଫୁଲପ୍ୟାଣ୍ଠ ଓ ହଳଦିଆ ରଙ୍ଗର ସାଟ ପିନ୍ଦିଛି । ଉଚ୍ଚତା ୪ ଫୁଟ, ଶ୍ୟାମଳ ରଙ୍ଗ, ପତଳା ମୁହଁ ଗୋଲ । କୌଣସି ସୁହୃଦୟ ବ୍ୟକ୍ତି ବିଶେଷ ମାନେ ନା ବାଳକର ସନ୍ଦାନ ପାଇଲେ ତୁରନ୍ତ ପାଖ ଥାନା କି୍ମ୍ବା ସତ୍ୟବାଦୀ ଥାନାକୁ ଜଣାଇବା ପାଇଁ ଶୁଶାନ୍ତର ବାପା ନିବଦେନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୬/୨୦୨୨----୫,୨୦