Breaking News

ପୁର୍ବ ଶତୃୃତାକୁ ନେଇ ସଂଘବଦ୍ଧ ଆକ୍ରମଣ

Allied attacks on former enemies.


ଜଟଣୀ---- ପୁର୍ବ ଶତୁତାକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ୧୨ଜଣ ଯୁବକ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧଭାବେ ଲୁହା ରଡରେ ମରଣାତ୍ମକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା ।  ସୁଚନାନୁସାରେ,ଜଟଣୀ ଗଜପତିନଗର ଅଂଚଳର ମେହେମୁଦ ଖାନ ମଙ୍ଗବାର ରାତିରେ ଗଡରଥୀପୁର ଗ୍ରାମକୁ ଯାଇଥିଲେ । କାର୍ଯ୍ୟସାରି ବିଳମ୍ବିତ ରାତିରେ ଫେରୁଥିବା ବେଳେ ବାଟରେ ତାଙ୍କୁ ଅଟକାଇ ୧୨ଜଣ ଯୁବକ ଗାଳିଗୁଲଜ କରିବା ସହିତ ଲୁହାରଡରେ ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ । ଏଥିରେ ମେହେମୁଦଙ୍କ ମୁଣ୍ଡ, ଆଖି ଓ ହାତପାପୁଲି ଇତ୍ୟାଦିକୁ କ୍ଷତବିକ୍ଷତ କରିଦେଇ ସେଠାରୁ ଯୁବକମାନେ ଚମ୍ପଟ ମରିଥିଲେ । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ପ୍ରଥମେ ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ହସ୍ପିଟାଲକୁ ପଠାଯାଇଥିଲା । ତେବେ ଏନେଇ ମେହେମୁଦଙ୍କ ଶାଳକ ସକିଲ ଖାନ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆକ୍ରମଣକାରିଙ୍କ ମଧ୍ୟରୁ ୪ରୁ ୫ଜଣ ଯୁବକଙ୍କୁ ମେହେମୁଦ ଚିହ୍ନିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ।

 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୬/୬/୨୦୨୨---୫,୪୦  

 Sakhigopal News, 16/6/2022


Blog Archive

Popular Posts