ମଟର ସାଇକେଲ ମୁହାଁ ମୁହିଁ ଧକ୍କାରେ ଦମ୍ପତି ଆହତ
The couple was injured in a head-on collision with a motorcycle.
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଦୁଗଲ ଗ୍ରାମର ମାଗୁଣି ବେହେରା ଓ ତାଙ୍କ ସ୍ତ୍ରୀ ସୁଲୋଚନା ବେହେରା ଦଶ ଖଟିବା ପାଇଁ ଷୋଳହଳ ଗ୍ରାମକୁ ଯାଇଥିଲେ । ବୁଧବାର ରାତି ୭ଟା ସମୟରେ ଦଶ ଖଟି ନିଜ ମଟର ସାଇକେଲ ଯୋଗେ ଫେରିବା ସମୟରେ ବାରଘରିଆ ଛକରେ ସାମ୍ନାପଟୁ ଏକ ମଟର ସାଇକେଲ ଦ୍ରୁତ ଗତିରେ ଆସି ସାମାନା ସାମାନି ଧକ୍କା ଦେଇଥିଲା ବୋଲି ମାଗୁଣିଙ୍କ ପୁଅ ସନ୍ତୋଷ ବେହେରା ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଧକ୍କା ଦେଇଥିବା ଗାଡିର ନଂଓଆର, ୧୩ସି- ୭୬୮୧ । ଯାହା ଫଳରେକି ମାଗୁଣି ଓ ତାଙ୍କ ପତ୍ନୀ ରାସ୍ତା ଉପରେ ଛିଟିକି ପଡିବା ସହ ମୁହଁ, ଗୋଡ ହାତରେ ରେ ଗୁରୁତର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମାଗୁଣି ଓ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ୧୮୦/୨୨ରେ ଏକ ମାମଲା ରୁଜ କରି ତଦନ୍ତ ଜାର ରହିଛି ବୋଲି ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୬/୨୦୨୨----୫,୨୦
Sakhigopal News, 16/6/2022