ଦୁର୍ଘଟଣାରେ ପିଲାର ମୁଣ୍ଡ ଫାଟିଲା
The boy's head was injured in the crash.
ସାକ୍ଷୀଗୋପାଳ----ଏକ ଟାଟାଏସି ଗାଡି ଛଣ ଲଦିକି ନେଇ ଯାଉଥିବା ସମୟରେ ଏକ ମଟର ସାଇକେଲ ସହିତ ମହେଶ୍ୱର ଛକ ଠାରେ ଧକ୍କା ହେବାରୁ ମଟର ସାଇକେଲରେ ବସିଥିବା ଏକ ଛୋଟ ଶିଶୁର ମୁଣ୍ଡ ଫାଟି ଯାଇଛି । ଘଟଣାରୁ ପ୍ରକାଶ ଯେ ଗବକୁଣ୍ଡ ଠାରୁ ସୁଆଣ୍ଡେ ଆଡକୁ ଯାଉଥିବା ଛଣଲଦା ଟାଟା ଏସିଗାଡି ସହିତ ସୁଆଣ୍ଡେରୁ ଗବକୁଣ୍ଡ ଆଡକୁ ଯାଉଥିବା ମଟର ସାଇକେଲ ସହିତ ଧକ୍କା ହୋଇଥିଲା ।ଏହି ଦୁର୍ଘଟଣାରେ ଜଣେ ଶିଶୁର ମୁଣ୍ଡ ଫାଟି ଯାଇଥିଲା । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଆହତ ଶିଶୁଟିକୁ ଗବକୁଣ୍ଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୭/୬/୨୦୨୨---୪,୩୫
Sakhigopal News, 17/6/2022