Breaking News

ସେଞ୍ଚୁରୀୟାନ ୟୁନିଭର୍ସିଟିରେ ଉଦ୍ୟୋଗୀ କରଣକୁ ପ୍ରୋତ୍ସାହନ

Entrepreneurship at Centurion University.


ଜଟଣୀ ---ସେନ୍ଟର ଅଫ ଇନୋଭେସନ୍ ଆଣ୍ଡ୍ ଏଣ୍ଟ୍ରେପ୍ରେନେଉର୍ଷିପ, ସେଞ୍ଚୁରିଅନ୍ ୟୁନିଭରସିଟି ଏବଂ FICCI FLO, ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ମହିଳା ଶାଖା, ଭୁବନେଶ୍ୱର ମଧ୍ୟରେ MOU ସ୍ଵାକ୍ଷର ହୋଇଛି । ଏହି MOU ର ମୂଳଲକ୍ଷ୍ୟ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟ ଅପ୍ ଙ୍କୁ ପ୍ରୋତ୍ସାହିତ କରିବା । ଉଦ୍ୟୋଗ ଆରମ୍ଭରେ ସାହାଯ୍ୟ କରିବା, ସଫଳ ଉଦ୍ୟୋଗୀଙ୍କୁ ସମ୍ମାନୀତ କରିବା ଏବଂ ଓଡିଶାରେ ମହିଳା ଉଦ୍ୟୋଗୀଙ୍କ ଦକ୍ଷତା ବୃଦ୍ଧି କରି ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା । 
ନମ୍ରତା ଚହଲ, ଚେୟାର ପର୍ସନ୍, FLO ଭୁବନେଶ୍ୱର, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ  FICCI FLO ସଦସ୍ୟଙ୍କ କମ୍ପାନୀରେ ଇଣ୍ଟର୍ନସିପ୍ ପ୍ରୋଜେକ୍ଟ , ନିଯୁକ୍ତି, ଶିଳ୍ପ ପରିଦର୍ଶନ, ପ୍ରୋଜେକ୍ଟ, ସେମିନାର, କର୍ମଶାଳା, ପ୍ରଦର୍ଶନୀ ଏବଂ ତାଲିମ କାର୍ଯ୍ୟକ୍ରମ ପାଇବା ପାଇଁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛି ।
ସୋମିଟ୍ ରଜିତ୍ ଉକିଲ୍, ନିର୍ଦ୍ଦେଶକ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ, ପ୍ରଫେସର ଉମାକାନ୍ତ ନାୟକ, ଡିନ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ,  ବିଶ୍ୱବିଦ୍ୟାଳୟର ଭୂମିକା ଏବଂ ଏମଓୟୁ କାର୍ଯ୍ୟକାରୀ ପାଇଁ ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଡକ୍ଟର ଶ୍ରାବଣୀ ପଟ୍ଟନାୟକ, ସଚିବ ତଥା ଦୀପସିଖା କର, FICCI FLO BBSR ଏହି କର୍ଜ୍ୟକ୍ରମ ରେ ଉପସ୍ଥିତ ଥିଲେ । ଡକ୍ଟର ଗିରିଜା ନନ୍ଦିନୀ, ଆସୋସିଏଟ୍ ପ୍ରଫେସର, ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୬/୨୦୨୨---୯,୫୫    Sakhigopal News,3/6/2022

Blog Archive

Popular Posts