Breaking News

ଆସନ୍ତାକାଲି ସାକ୍ଷୀଗୋପିନାଥଙ୍କ ଶୀତଳଷଷ୍ଠୀ ପର୍ବ ପାଳିତ

 Sakshigopinath's winter solstice is celebrated tomorrow.


ସାକ୍ଷୀଗୋପାଳ-----ସାକ୍ଷୀଗୋପିନାଥ ଦେବଙ୍କ ଶୀତଳଷଷ୍ଠୀ ପର୍ବ ପାଳିତ ହୋଇଛି । ଭଅଣ୍ଡଧୂପ ପରେ ଠାକୁରଙ୍କୁ ଚନ୍ଦନବେଶ କରାଯିବା ପରେ ଚନ୍ଦନବେଡା ହୋଇଥିଲା । ସାକ୍ଷୀଗୋପିନାଥ ଦେବଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ମା ଶ୍ରୀ ରାଧାଜିଉ ଶୀତଳଷଷ୍ଠୀ ମଣ୍ଡପକୁ ବିଜେ କରିବେ । ସେଠାରେ ଶ୍ରୀଜିଉଙ୍କୁ ସ୍ନାନ କରାଯିବା ପରେ ନୂତନବସ୍ତ୍ର ପରିଧାନ କରାଯିବ । ପରେ ପରେ ଚନ୍ଦନ, ତୁଳସି ଇ ଫୁଲମାଳ ଲାଗି କରାଯିବା ପରେ ପଣା ଓ ଯାତ କାକେରା ଭୋଗ କରାଯିବ । ପରେ ଶ୍ରୀଜିଉ ମନ୍ଦିରକୁ ବିଜେ କରିବେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ତତ୍ୱବଧାନରେ ସମସ୍ତ ନୀତିକାନ୍ତି କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୨---୪,୨୦ 

  Sakhigopal News, 4/6/2022

Blog Archive

Popular Posts