Breaking News

ଶିକ୍ଷକନେତା ପ୍ରଫେସର ଅବନୀବରାଳଙ୍କ ୮୮ତମ ଜନ୍ମ ଜୟନ୍ତୀ ପାଳିତ

Teacher Abinibaral's 9th birth anniversary is celebrated


 ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ନିମ୍ନମାଧ୍ୟମିକଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ପକ୍ଷରୁ ପ୍ରଫେସର ଅବନୀବରାଳଙ୍କର ୮୮ ତମ ଜନ୍ମ ଜୟନ୍ତୀ ମାଳତୀପାଟପୁର ଷ୍ଟେସନ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ପ୍ରାକ୍ତନ ସହ ଶିକ୍ଷା ନିରୀକ୍ଷକ ସୁରେନ୍ଦ୍ର କର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚର ସଭାପତି ମାଧମ ବିଶ୍ୱାଳ, ମୁଖ୍ୟବକ୍ତା କୈଳାଶ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ସୁାସ ଚନ୍ଦ୍ର ରଥ ଙ୍କ ସହିତ ରାମଚନ୍ଦ୍ର  ଦାଶ, ଗୁଣନିଥି ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଅବନୀ ବରାଳ ଜଣେ ଉଚ୍ଚ କୋଟୀର ସଂଗଠକ ଥିଲେ । ସେ ସବୁ ବେଳେଶିକ୍ଷକ ସଂଘର ଓ ଶିକ୍ଷାର ଉନ୍ନତି ପାଇଁ  ଚିନ୍ତା କରୁଥିଲେ ବୋଲି ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।  ଏହି ସଭାରେ ଜିଲ୍ଲା କାର୍ଯ୍ୟକାରିଣୀ ବ୍ୟତୀତ୍ୱ ପ୍ରାୟ ବିଭିନ୍ନ ବ୍ଳକରୁ ୫୦ ଜଣ ଶିକ୍ଷକ ଯୋଗଦେଇଥିଲେ । ଜିଲ୍ଳା ସମ୍ପାଦକ ଗୋବିନ୍ଦ୍ର ଚନ୍ଦ୍ର ଫାରକ ସଭା ପରିଚାଳନା କରିଥିବା ବେଳେ ଉପସଭାପତି ବିନୋଦ ବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, , ୫/୬/୨୦୨୨----୧୧,୫୦  

  Sakhigopal News, 5/6/2022


Blog Archive

Popular Posts