Breaking News

ନୟାଗଡ଼ ବିଧାୟକ ଅରୁଣ ସାହୁ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଲେ ; ବର୍ଷିଲେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି

Nayagarh MLA Arun Sahu was removed from the cabinet; It rained and the district student congress president


ନୟାଗଡ଼/ଓଡ଼ଗାଁ:- ନବୀନଙ୍କ କ୍ୟାବିନେଟ ର ନବକଳେବର ପରେ ନୂଆ ମନ୍ତ୍ରୀ ମଣ୍ଡଳ ଗଠିତ ହୋଇ ଆଜି ଶପଥ ଗ୍ରହଣ କରାଯାଇଛି। ତେବେ କିଛି ପୁରୁଣା ମୁହଁ ମନ୍ତ୍ରୀ ପଦରୁ ବାଦ୍ ପଡିବା ସହ ବାଦ ପଡିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ତେବେ ଅରୁଣ ଙ୍କ ମନ୍ତ୍ରୀ ପଦରୁ ବାଦ୍ ପଡିବା ନେଇ ନୟାଗଡ଼ ରେ ହଟଚମଟ ସ୍ରୁଷ୍ଟି ହୋଇଥିବା ଦେଖାଯାଉଛି। ବିରୋଧୀ ମାନେ ସୋସିଆଲ ମିଡିଆ ରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ସିଧାସଳଖ ନିଶାନା କରୁଥିବା ଦେଖାଯାଉଛି। 
                     ତେବେ ନୟାଗଡ଼ ୪ ଟି ନିର୍ବାଚନ ମଣ୍ଡଳୀ ନୟାଗଡ଼, ଖଣ୍ଡପଡା, ରଣପୁର,ଦଶପଲ୍ଲା ରେ ବିଭକ୍ତ ହୋଇଥିବା ବେଳେ ୪ ବିଧାୟକ ଅରୁଣ ସାହୁ, ସୌମ୍ୟରଂଜନ ପଟ୍ଟନାୟକ, ସତ୍ୟନାରାୟଣ ପ୍ରଧାନ, ରମେଶ ବେହେରା ବିଧାୟକ ଅଛନ୍ତି। ତେବେ ଅରୁଣ ସାହୁ ଙ୍କ ବ୍ୟତିତ ୩ ବିଧାୟକ ଙ୍କୁ କାହିଁକି ମନ୍ତ୍ରୀ ପଦ ଦିଆଯାଉନି ଏବଂ ବାରମ୍ବାର କାହିଁକି ଅରୁଣ ସାହୁ ଙ୍କୁ ମନ୍ତ୍ରୀ ପଦ ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାସ।
                   ସେ ଆହୁରି ମଧ୍ଯ କହିଛନ୍ତି କି ନବୀନ ପଟ୍ଟନାୟକ ଏଭଳି ବିବାଦୀୟ ଚେହେରା କୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରାଯାଇଛି । ତେବେ ଏଠାରେ ସୂଚନା ଥାଉକି, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ନୟାଗଡ଼ର ପରୀ ହତ୍ଯାକାଣ୍ଡ ସହ ସାମିଲ ଥିବା ନେଇ ସେତେବେଳେ ରାଜ୍ୟରେ ହଟଚମଟ ସ୍ରୁଷ୍ଟି ହୋଇଥିବା ସହ ବିଭିନ୍ନ ବିରୋଧୀ ଦଳ ଏ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିବାର ଦେଖାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀ  ନୟାଗଡ଼ ବିଧାୟକ ଙ୍କୁ ମନ୍ତ୍ରୀ  ପଦରୁ ବାଦ ଦେଇ ଜଣସାଧାରଣ ଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ଏବେ ଆଲୋଚନା ହେଉଛି । ଏହାକୁ ମଧ୍ୟ ବିଭିନ୍ନ  ମହଲରୁ ସ୍ବାଗତ କରାଯାଇଛି ।

ଓଡ଼ଗାଁ :- ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ ,
- ୫/୬/୨୨----୯,୪୦ Sakhigopal News,5/6/2022

Blog Archive

Popular Posts