Breaking News

ଅଧ୍ୟକ୍ଷ ଉପେନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା

 President Upendra Pradhan's untimely death casts a pall over the region.

ବରଗଡ଼----  ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ପ୍ରଧାନଙ୍କର ଦେହାନ୍ତ ହୋଇଯାଇଛି । ଏଥିରେ ଲରମ୍ଭା ମହାବିଦ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶୋକ ସଭାରେ ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଅଧ୍ୟକ୍ଷତାରେ କରିଥିଲେ ।ଏଥିରେ ମହାବିଦ୍ୟାଳୟ ର ଡଃ ଅମୃତା ସାମନ୍ତ, ପ୍ରଫେସର ଅଶୋକ କୁମାର ମହାନ୍ତି, ବିନୟ କୁମାର ନାୟକ, ପ୍ରମୋଦ ସେଠ୍ ପ୍ରମୁଖ ସ୍ଵର୍ଗତ ପ୍ରଧାନ ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେ ଲରମ୍ଭା ମହାବିଦ୍ୟାଳୟ ରେ ୨୦୦୬ ରୁ ୨୦୧୦ ଅଧକ୍ଷ ଦାୟିତ୍ଵ ନିର୍ବାହ କରି ସୁନାମ ଅର୍ଜନ କରିଥିଲେ। ସେ ଜଣେ ଛାତ୍ର ଛାତ୍ରୀ ସେହ୍ନୀ, ପ୍ରକୃତି ମିତ୍ର ପୁରସ୍କାର ପାଇଥିଲେ, ଶିକ୍ଷା କ୍ଷେତ୍ର ଉଲ୍ଲେଖ ସଫଳତା ଅର୍ଜନ କରିଥିଲେ। ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଶୋକସଭା ରେ ମହାବିଦ୍ୟାଳୟ ର ପ୍ରଦୀପ ପଣ୍ଡା, ଡ ଅଜିତ୍ କୁମାର ନାଥ, ଦୀପିକା ଲାକ୍ରା, ବିଦେଶୀ ଛନ୍ଦ, ଲିଙ୍ଗରାଜ ପୋଢ, ସୁନୀଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୬/୨୦୨୨----- ୭,୪୦ Sakhigopal News,4/6/2022

Blog Archive

Popular Posts