Breaking News

ଲୁହା ପାଇପି ଚୋରି କରି 4ଯୁବକ ଗିରଫ

4 youths arrested for stealing iron pipes.


ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନାରେ ବିଭିନ୍ନ ସମୟରେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ନେଇଥିବା ସଂସ୍ଥାରୁ ଲୁହା ପାଇପି ଚୋରି ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇ ଆସୁଥିଲା । ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଏହାକୁ ଗୁରୁତ୍ୱର ସହ ବିଚାର କରି ତଦନ୍ତ ଆରମ୍ଭ କରିଥିଲେ । ଗୁରୁବାର ରାତିରେ ଏକ ଗାଡିରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଚୁରାଳି ନିକଟରେ ଏକ ଚୋରା ଲୁହା ପାଇପି ନେଇକି ଯାଉଥିବା ଏକ ଟ୍ରକକୁ ଅଟକାଇ ତାର କାଗଜପତ୍ର ତନ୍ନକି କରିବା ସମୟରେ ଏହି ଚୋର ଗ୍ୟାଙ୍ଗର ଫର୍ଦ୍ଦାପାର୍ସ ହୋଇଥିଲା । ବିଶେଷ କରି କାମ ନେଇଥିବା ସଂସ୍ଥା ମାନଙ୍କୁ ଶ୍ରମିକ ଦେଉଥିବା ବ୍ୟକ୍ତି ଓ କିଛି ଯୁବକ ମାନେ ଏଥିରେ ସାମିଲ ରହିଥିବା ଜଣାପଡିଛି । ଲୁହା ପାଇପି ସହ ଟ୍ରକ ଜବତ କରିଛି ପୋଲିସ । ସେମାନେ ରାତି ଅଧିରେ ଲୋକ ନେଇ କାମ ହେଉଥିବା ସ୍ଥାନରେ ପହଞ୍ଚି ଟ୍ରକରେ ଲୁହା ପାଇପି ଳଦି କରି ନେଇ ପଳାଇଥାନ୍ତି । ଏହି ସଂକ୍ରାନ୍ତରେ ୧୬୦/୨୨ରେ ଏକ ମାମଲା ରୁଜ କରାଯାଇଛି । ମହେନ୍ଦ୍ର ସ୍ୱାଇଁ, ଲକ୍ଷ୍ମଣ ପ୍ରଧାନ, ରମେଶ କୁମାର ସାହୁ ଓ ବିଶ୍ୱଜିତି ବାରିକଙ୍କୁ ଗିରଫ କରିକୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୨---୪,୨୦

Sakhigopal News, 4/6/2022


Blog Archive

Popular Posts