Breaking News

ସାକ୍ଷୀଗୋପାଳର ବୀରଗୋବିନ୍ଦପୁର ଗ୍ରାମ ଏବେ ଝଲସି ଉଠିବ -ଧର୍ମେନ୍ଦ୍ର ପ୍ରଧାନ




ସାକ୍ଷୀଗୋପାଳ------ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମକୁ ଏକ ପର୍ଯ୍ୟଟନ କେନ୍ଦ୍ର ତଥା ସୁସଜ୍ଜିତ, ସମୃଦ୍ଧ ଓ ସଂସ୍କୃତି ସମ୍ପନ୍ନ ଅଞ୍ଚଳ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ବୀରଗୋବିନ୍ଦପୁର ଗ୍ରାମ ତଥା ମା’ ଦକ୍ଷୀଣାକାଳୀଙ୍କ ପୀଠ ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱବୋଧ(ସିଏସଆର) ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ । ବୀରଗୋବିନ୍ଦପୁର ଗ୍ରାମର ସ୍ମୃତି ବଖାଣିଥିଲେ । ତାଙ୍କର ଏହି ଗ୍ରାମ ସହିତ ପ୍ରାୟ ୩୦ ବର୍ଷରୁ ଅଧିକ ସମ୍ପର୍କ ରହିଛି ।  ମା’ ଦକ୍ଷୀଣାକାଳୀଙ୍କ ଥିବା ଶ୍ରଦ୍ଧାକୁ ମୁଁ ଭୁଲି ପାରିନାହିଁ ବୋଲି କହିଥିଲେ ।  

ଏହି ପୀଠର ସୌନ୍ଦର୍ଯ୍ୟକରଣକୁ ବଢ଼ାଇବା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ଏଠାରେ କମ୍ୟୁନିଟି ହଲ୍‌, ଯୋଗ ସେଣ୍ଟର, ଶିଶୁ ଉଦ୍ୟାନ ନିର୍ମାଣ କରାଯିବ । ପୀଠ ସହିତ ଆଖପାଖରେ ୫୦ଟି ସୋଲାର୍ ଲାଇଟ୍ , ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା , ଅତ୍ୟାଧନିକ ଶୌଚାଳୟ ନିର୍ମାଣ ସହ ଦୁଇଟି ପୋଖରୀର ସୌନ୍ଦର୍ଯ୍ୟକରଣ କରାଯିବ ।  ବୀରଗୋବିନ୍ଦପୁର ଗ୍ରାମରେ ଏହି ସୁବିଧା ହେବା ଦ୍ୱାରା କେବଳ ଗ୍ରାମବାସୀ ନୁହେଁ ବରଂ ପ୍ରତିଦିନ ମା’ଦକ୍ଷୀଣାକାଳୀଙ୍କ ଦର୍ଶନ ପାଇଁ ଏଠାକୁ ଆସୁଥିବା ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଉପକୃତ ହେବେ । 

 ବୀରଗୋବିନ୍ଦପୁର ଗ୍ରାମରେ  ମା’ ଓ ଭଉଣୀଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ ଦେବା ପାଇଁ କମ୍ପ୍ୟୁଟର ଲ୍ୟାବ୍ ଓ ଏକ ଆଧୁନିକ ପାଠାଗାର ସ୍ଥାପନ କରିବା ପାଇଁ ଇଣ୍ଡିଆନ ଅଏଲକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମା’ ଦକ୍ଷୀଣାକାଳୀଙ୍କ ପୀଠକୁ ଯାଇ ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ସହିତ ବିଜେପିର କର୍ମୀ ମାନେ ଉପସ୍ଥିତ ରହିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୬/୨୦୨୨---୯,୩୫    

 Sakhigopal News, 3/6/2022




Blog Archive

Popular Posts