୫-ଟି ରୂପାନ୍ତରୀକରଣରେ , ନୂଆ ରୂପ ପାଇଲା ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ
Upendra Bhanj High School has taken on a new form in 5 transformations.
ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି ସ୍ମାର୍ଟ କ୍ଲାସରୁମ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । ଏହି ଅବସରରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ସ୍ମାର୍ଟ କ୍ଲାସରୁମ ର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ପ୍ରକାଶ ଥାଉ କି ଆଜି ଓଡିଶାରେ ୫୩୧ଟି ବିଦ୍ୟାଳୟରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ମାର୍ଟ କ୍ଲାସରୁମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳ ରେ ଉଦଘାଟିତ ହେଇଥିବା ବେଳେ ସେଥିମଧ୍ୟରୁ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ୧୫ରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହା ଯୋଗୁଁ ବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ ବୋର୍ଡରେ ପାଠପଢ଼ା ଯିବା ସହ ସ୍ମାର୍ଟ ଟଏଲେଟ୍ , ସ୍ମାର୍ଟ ଲାବରେଟରୀ ଇତ୍ୟାଦି ବ୍ୟବହାର କରାଯିବ। ଶତାଧିକ ଛାତ୍ରଛାତ୍ରୀଙ୍କ ସହ ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ, କେଦାରନାଥ ସେଠୀ, ପ୍ରଶାନ୍ତ କୁମାର ପ୍ରଧାନ, ଶଙ୍କର ପ୍ରସାଦ ପଟ୍ଟନାୟକ , ଅମିତ୍ ବେହେରା ,ବିଳାସିନୀ ଜେନା, ସପନେଶ୍ବରୀ ଦିଗାଲ, ସସ୍ମିତା ନାୟକ, ମିନତି ବିଷୋୟୀ, ଜ୍ୟୋତ୍ସ୍ନା ରାଣୀ ନାୟକ, ଏସ୍ ଏମ୍ ସି ଅଧ୍ୟକ୍ଷା ସୁନୀତା ଦାସ ଓ ଅନ୍ୟାନ୍ୟ କମିଟି ସଦସ୍ୟ, ସି ଆର ସି ସି ମୋହନ ସାହୁ ଓ ଶ୍ୟାମା ପ୍ରସାଦ ମିଶ୍ର ,ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ