Breaking News

ୟୁ ବି ହାଇସ୍କୁଲରେ ବିଶ୍ଵ ପରିବେଶ ଦିବସ

 
  ଭଞ୍ଜନଗର -   ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ବିଶ୍ବ ପରିବେଶ ଦିବସ ରବିବାର  ପାଳିତ ହୋଇଯାଇଛି । ଭଞ୍ଜନଗର  ଏନ୍ ଏ ସି ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ କୁ ଏନ ସି ସି ଆର୍ମି ଅଫିସର (2 ଓଡିଶା ବିନ ଏନସିସି) ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ପାଳିତ ହୋଇଥିଲା ।  ଏନସିସି କ୍ୟାଡେଟ ମାନଙ୍କ ଦ୍ବାରା ସମ୍ପର୍କିତ ଚିତ୍ର, ସ୍ଲୋଗାନ, ପ୍ରବନ୍ଧ _ପ୍ରତିଯୋଗିତା ସହ ଆଲୋଚନାଚକ୍ର କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ "ପରିବେଶ ବଞ୍ଚିଲେ ଆମେ ବଞ୍ଚିବା "  ବୋଲି ମତ ରଖିଥିଲେ । ଏହି ଅବସରରେ ଭଞ୍ଜନଗର ଗୋଷ୍ଠି ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ, ପ୍ରଧାନ ଶିକ୍ଷକ, ଏକ୍ଜିକ୍ଯୁଟିଭ୍ ଅଫିସର ଓ ୨ ଓଡ଼ିଶା ବାଟାଲିୟନ୍ ଏନ୍‌ସିସି ଆର୍ମି ଅଫିସର ଶ୍ୟାମା
ପ୍ରସାଦ ମିଶ୍ର ଚାରା ରୋପଣ କରିଥିଲେ ।  କାର୍ଯ୍ୟ କ୍ରମରେ ଏନ ସି ସି ନାଭାଲ ଅଫିସର କେଦାର ନାଥ ସେଠୀ, ଏୟାର ଅଫିସର ପ୍ରଶାନ୍ତ କୁମାର ପ୍ରଧାନ, ସ୍କାଉଟ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ । 
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୬/୨୦୨୨----୯,୨୫ 
 Sakhigopal News,5/6/2022

Blog Archive

Popular Posts