Breaking News

ଆଜବେଷ୍ଟସ ଭାଙ୍ଗି ଘରୁ ଲୁଟ

Asbestos smashed and looted.

ଜଟଣୀ---- ଜଟଣୀଥାନା ଅନ୍ତର୍ଗତ ମଧୂସୁଦନ ନଗର ଅଞ୍ଚଳର ଏକ ଘରୁ କେହି ଦୁବୁର୍ତ୍ତ ଆଜବେଷ୍ଟସ ଭାଙ୍ଗି ଘରେଥିବା ଗଡରେଜ ଆଲମାରୀରୁ ନଗଦ ଟଙ୍କା, ସୁନା, ରୁପା ଅଳଙ୍କାର ଇତ୍ୟାଦି ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଜଟଣୀ ମଧୂସୁଦନନଗର ଅଞ୍ଚଳରେ ରହୁଥିବା କିଶୋର କୁମାର ସାହୁ ଓ ପତ୍ନୀ ଅନ୍ନପୁର୍ଣ୍ଣା ସାହୁ ଜଣେ ସମ୍ପର୍କିୟ ବ୍ୟକ୍ତିଙ୍କ ନୁତନଘର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ମାତ୍ର ସଂଧ୍ୟା ୭ଟା ସମୟରେ ନିଜ ଘରକୁ ଫେରିଦେଖିଥିଲେ ଯେ, ଘରର ଆଜବେଷ୍ଟସ ଭାଙ୍ଗି ତଳେ ପଡିଛି । ଘରେଥିବା ଗୋଡରେଜ ଆଲମାରୀ ମଧ୍ୟ ଭଙ୍ଗାଯାଇଛି । ମାତ୍ର ଏହି ଆଲମାରୀରେ ଥିବା ନଗଦ ୯୦,୦୦୦ ଟଙ୍କା, ସୂନାଚେନ,ସୂନାମୁଦି, ହଳେ କଙ୍କଣ ଏବଂ ଦୁଇହଳ ରୁପା ପାଉର୍ଜି ପ୍ରଭୃତିକୁ କେହି ଦୁର୍ବୁତ ଲୁଟିନେଇ ଚମ୍ପଟ ମାରିଛି । ଏନେଇ  କିଶୋରଙ୍କ ପତ୍ନୀ ଅନ୍ନପୁର୍ଣ୍ଣା ଜଟଣୀଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୬/୬/୨୦୨୨---୫,୪୦ 

 Sakhigopal News, 16/6/2022


Blog Archive

Popular Posts