ଦାଦନ ହୋଇ ବେଙ୍ଗାଲୁରୁ ଯାଇଥିଲେ , ଶବ ହୋଇ ଗାଁ କୁ ଫେରିଲେ
Dadan left Bengaluru and returned to the village with the body.
ଭଞ୍ଜନଗର--“ଓଡିଶା ମୋ ପରିବାର” ସହଯୋଗରେ , ଓଡ଼ିଆ ଶ୍ରମିକ ଙ୍କ ମୃତଦେହ ନିଜ ଗ୍ରାମକୁ ଫେରିଛି । ଓଡ଼ିଆ ଶ୍ରମିକ ଜଣକ ହେଲେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଶିରିକୋଇ ଗାଁ ର ପ୍ରକାଶ ଚନ୍ଦ୍ର ବିଷୋୟୀ ଙ୍କ ପୁଅ ରତ୍ନାକର ବିଷୋୟୀ । ପରିବାରର ଅବସ୍ଥା ଭଲ ନଥିବାରୁ ବେଙ୍ଗଲୋର୍ ଯାଇଥିଲେ । ଏକ କମ୍ପାନୀ ରେ କାମ କରିବାକୁ । ସୋଠାରୁ ଟ୍ରେନ୍ ଯୋଗେ ନିଜ ଗାଁ କୁ ଫେରୁଥିବାବେଳେ , ଆନ୍ଧ୍ରପ୍ରଦେଶ ର ଟୁନି ରେଳ ଷ୍ଟେସନରେ ଟ୍ରେନ୍ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ମୃତ ଦେହକୁ ଆଣିବା ପାଇଁ ଅସମର୍ଥ ଥିଲେ ।
ପରିବାର ଲୋକଙ୍କ ଠାରୁ ଖବରପାଇ , “ଓଡ଼ିଶା ମୋ ପରିବାର” ଗଂଜାମ ଜିଲ୍ଲା ସଭାପତି ସୁବାସ ମହାରଣା , ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ , “ ମୋ ପରିବାର” ରାଜ୍ୟ ସଭାପତି ଅରୁପ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆନ୍ଧ୍ରପ୍ରଦେଶ ପ୍ରଶାସନ ସହ ଯୋଗାଯୋଗ ପରେ ମୃତଦେହ କୁ ଆମ୍ବୁଲାନ୍ସ ଯୋଗେ ଆଣିବାପାଇଁ ବ୍ୟବସ୍ଥା କରାଯାଇଥିଲା । ଏବଂ ଗୁରୁବାର ରାତିରେ ମୃତଦେହ ଶିରିକୋଇ ଗାଁ ରେ ପହଞ୍ଚିଥିଲା । ପରିବାର ଲୋକଙ୍କୁ ମୃତ ରତ୍ନାକର ବିଷୋୟୀ ଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା । ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ଭିତରେ ଅନ୍ତିମ ସତ୍କାର କରାଯାଇଥିଲା । ମୃତକ ଯୁବକ ଜଣକ ଘରର ଏକମାତ୍ର ରୋଜଗାରକ୍ଷମ ପୁଅ । ତାଙ୍କ ପରିବାର କୁ କିଭଳି ସରକାରୀ ଯୋଜନା ରେ ସହଯୋଗ ଯୋଗାଇ ଦିଆଯିବ ସେନେଇ ଉଦ୍ୟମ କରିବାକୁ କହିଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । ବହୁ ଶିଘ୍ର ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ କହିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୬/୨୦୨୨----୯,୫୦ Sakhigopal News,3/6/2022