Breaking News

ହିମାଚଳପ୍ରଦେଶର ସିମଲାରେ ଏବିଭିପିର ବୈଠକରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁର ଭାଗନେଲେ ବିକାଶ

Development of Odgaon in Nayagarh district at ABVP meeting in Shimla, Himachal Pradesh.
ଓଡ଼ଗାଁ:- ମଧ୍ଯପ୍ରଦେଶ ର ସିମଲା ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଓଡ଼ିଶା ରୁ ୧୦ଜଣ ଛାତ୍ର ପ୍ରତିନିଧି ଯୋଗଦେଇଥିବା ବେଳେ ଓଡ଼ଗାଁ ବ୍ଳକ୍ ତଥା ନୟାଗଡ଼ ଜିଲ୍ଲାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନବନିଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ଯ ବିକାଶ ନାୟକ ଯୋଗଦେଇଛନ୍ତି । ଓଡ଼ିଶା ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସେଠରେ ଉପସ୍ଥାପନ କରି ରାଜ୍ୟସରକାର ଉପରେ ବର୍ଷିଥିଲେ। ବିକାଶଙ୍କ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ର ଭାଲିଆଡିହି ଅଞ୍ଚଳରେ। 
                                 ମୁଖ୍ୟତଃ ସେଠାରେ ଶିକ୍ଷାକ୍ଷେତ୍ରରେ ରାଜ୍ୟସରକାରଙ୍କ ଅନୈତିକ ହସ୍ତକ୍ଷେପ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି ।  ଆସନ୍ତା ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ସାରା ଭାରତରେ ଏବିଭିପି ତରଫରୁ ୧କୋଟି ବ୍ରୁକ୍ଷରୋପଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହାସହ ଓଡ଼ିଶା ରେ ଏକଲକ୍ଷ ବ୍ରୁକ୍ଷରୋପଣ କରାଯିବା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି। 
 ଓଡ଼ଗାଁ ବ୍ଳକ୍ ତଥା ନୟାଗଡ଼ ଜିଲ୍ଲା ରୁ ବିକାଶ ଏକମାତ୍ର ଏବିଭିପି ଛାତ୍ରନେତା ଯିଏକି ହିମାଚଳପ୍ରଦେଶ ର ସିମଲା ଠାରେ ଆୟୋଜିତ ଏହି ବୈଠକ ରେ ଯୋଗଦେବା ସହ ଓଡ଼ିଶା ପ୍ରସଙ୍ଗ କୁ ବୈଠକ ରେ ଉଠେଇଥିଲେ।  ଉକ୍ତ ବୈଠକରେ ମୁଖ୍ଯ ଅତିଥି ଭାବେ ଅଖିଳ ଭାରତୀୟ ଶିକ୍ଷା ପରିଷଦର ଅଧ୍ଯକ୍ଷ ପ୍ରଫେସର ଅନିଲ ସହସ୍ରବୁଧେ ଏବଂ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୩/୬/୨୦୨୨ ---- ୯,୫୦ Sakhigopal News,3/6/2022

Blog Archive

Popular Posts