ଜଟଣୀରେ ପ୍ରହସନ ପାଲଟିଛି ଜଳଛତ୍ର ଯୋଜନା
The umbrella scheme in Jatani has become a farce.
ଜଟଣୀ ---ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରାଞ୍ଚଳରେ ଏବେ ପ୍ରହସନ ପାଲଟିଛି ଜଳଛତ୍ର କେନ୍ଦ୍ର । ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତ, ଏନଏସି ଓ ପୌରାଞ୍ଚଳରେ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ଜଳଛତ୍ର କେନ୍ଦ୍ର ଖୋଲିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅସହୟ ଗରମରୁ ଶୋଷ ମେଣ୍ଟାଇବାପାଇଁ ଲୋକମାନେ ଶୁଦ୍ଧ ପାନୀୟଜଳ ସୁବିଧାରେ ପାଇପାରିବେ ସେଥିପାଇଁ ସମସ୍ତ ଅଞ୍ଚଳର ଛକ ଜାଗାମାନଙ୍କରେ ଜଳଛତ୍ର ଆୟୋଜନ ପଞ୍ଚାୟତ, ଏନଏସି ମାନଙ୍କ ପକ୍ଷରୁ କରାଯାଇଛି । ସେଥିପାଇଁ ସରକାରଙ୍କ ଦ୍ୱାରା ଗଠିତ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଦିନକୁ ୩00 ଟଙ୍କା ପାରିଶ୍ରମିକ ମିଳୁଛି ବୋଲି ଗୋଷ୍ଠୀର ମହିଳା କୁହନ୍ତି । ପାଣି ରଖିବା ସ୍ଥାନକୁ ମଧ୍ୟ ଟେଣ୍ଟର ଏକ ଘର ବାବଦକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତ୍ୟକ ଦିନ ମହିଳାମାନେ ପାଣି ରଖିବା ପାତ୍ରଟିକୁ ସଫା କରି ସକାଳୁ ଷ୍ଟାଣ୍ଡରେ ପାଣି ରଖିବେ । ଖରା ମୌଳିବା ଯାଏଁ ସେହି ସ୍ଥାନରେ ନିୟୋଜିତ ମହିଳାମାନେ ରାସ୍ତାରେ ଯାଉଥିବା ପଥିକ ମାନଙ୍କୁ ଜଳ ଯୋଗାଇଦେବା । ଏହି ଅଞ୍ଚଳରେ ଆଗରୁ ବିଭିନ୍ନ ସମାଜ ସେବୀ ସଂସ୍ଥା ଦ୍ୱାରା ଜଳଛତ୍ର ଖୋଲାଯାଉଥିଲା କିନ୍ତୁ ପୌରପରିଷଦ ନିୟମ ଲାଗୁ କରିଦେବା ଦିନଠାରୁ କେବଳ ପୌରପରିଷଦ ହିଁ ଜଳଛତ୍ର ଯୋଜନା ଆୟୋଜନ କରିଆସୁଅଛି । ବର୍ତ୍ତମାନ ପୌର ଅଧକ୍ଷ ଅନନ୍ତ ବେହେରା ହେବାପରେ କିଛି ଜାଗାରେ ଜଳଛତ୍ର ଖୋଲିଛନ୍ତି । ଖୋଲିବାର ଦିନ ଦୁଇଦିନ ପର୍ଯ୍ୟନ୍ତ ଜଳଛତ୍ର ସ୍ଥାନରେ ସଠିକ ରୂପେ ଜଳ ଯୋଗାଣ ହୋଇଥିଲା । କିନ୍ତୁ ବର୍ତ୍ତମାନ ସେହି ଜାଗାରେ ନା ଷ୍ଟାଣ୍ଡ ଅଛି ନା ପାଣି ପାତ୍ର ଦେଖିବାକୁ ମିଳେ କେବଳ ତିଆରି ଟେଣ୍ଟର ଚିରା କପଡା ଉଡୁଥିବା ଦୃଶ୍ୟ । ଡହ ଡହ ଖରାରେ ଲୋକେ ପାଣି ପାଇଁ କାହା ଘର, ହୋଟେଲ କିମ୍ବା ଦୋକାନରୁ ପାଣି କିଣି ନିଜର ଶୋଷ ମେଣ୍ଟାଇଥାନ୍ତି । ପୌରପରିଷଦ ଜଳଛତ୍ର ଯୋଜନା କରି ମୋଟା ଅଙ୍କର ବିଲ କରିବା ପାଇଁ ଚକ୍ରାନ୍ତ ଚଳେଇଥିବା ଶୁଣିବାକୁ ମିଳୁଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଏହାର ତଦନ୍ତ ପାଇଁ ସହର ବାସି ଦାବି କରିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୬/୨୦୨୨---- ୬,୨୫ Sakhigopal News,17/6/2022