Breaking News

ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନାରେ ମହା ଦୁର୍ନୀତି

Great rainfall in rainwater harvesting project plans.

ଜଟଣୀ ---- ରାଜ୍ୟ ସରକାର ଭବିଷ୍ୟତରେ ଯେପରି ଦେଶ ରେ ଜଳର ଅଭାବ ନ ହୁଏ ସେଥିପାଇଁ ଆରମ୍ଭ କରିଥିଲ"ମୁକ୍ତା ଯୋଜନା " । ଏହି ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ସୁଦୃଢ କରିବା ଉଦେଶ୍ୟରେ କୋଟି କୋଟି ଟଙ୍କାର "ବର୍ଷା ଜଳ ଅମଳ ପ୍ରକଳ୍ପ "ଯୋଜନା ପ୍ରସ୍ତୁତ କରି ପ୍ରତ୍ୟକ ପଞ୍ଚାୟତ,ମୁନ୍ସିପାଲଟି ଏବଂ ପୌରାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ । ଜଟଣୀ ପୌରାଞ୍ଚଳରେ ଥିବା ୨୩ ଗୋଟି ୱାର୍ଡରେ "ବର୍ଷା ଜଳ ଅମଳ ପ୍ରକଳ୍ପ "ଯୋଜନା ମାଧ୍ୟମରେ ପ୍ରତ୍ୟକ ୱାର୍ଡରେ ଏହାର ଗଠନ ପାଇଁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟଭାର ଦିଆଗଲା । କିନ୍ତୁ ଏହି କାର୍ଯ୍ୟ କରୁଛନ୍ତି ଜଣେ ଜଣେ ଠିକାଦାର ‌। ଗୋଟିଏ ପ୍ରକଳ୍ପ ପାଇଁ ୩୨ ହଜାର ୮00 ଟଙ୍କା ଟେଣ୍ଡର ରଖାଯାଇଛି । ଏହି ପ୍ରକଳ୍ପ ଗଠନରେ 6 ଟି ନନ୍ଦ, ଫିଲିଙ୍ଗ ପାଇଁ ବଡ଼ ମେଣ୍ଟାଲ ୧ ଫୁଟ, ମିଡିଲ ମେଣ୍ଟାଲ ୧ ଫୁଟ, ଚିପ୍ସ ୧ ଫୁଟ, ସରୁ ବାଲି ୩ ଫୁଟ ଏବଂ ୱାଲରେ ମଧ୍ୟ ସେହି ଭଳି ଜିନିଷ ପ୍ରୟୋଗ ହୋଇ ଗଠିତ ହେବାକଥା । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ହେଲା ଏହି ଯୋଜନା ପୌରାଞ୍ଚଳର ସମସ୍ତ ୱାର୍ଡରେ ନ ହୋଇ କିଛି ହାତ ଗଣତି ୱାର୍ଡରେ କାର୍ଯ୍ୟ ହେଉଅଛି । ବିଶେଷ କରି ୨୨ନଂ ୱାର୍ଡରେ ପାଖାପାଖି ୫0 ରୁ ଉର୍ଦ୍ଧ ପ୍ରକଳ୍ପ ଗଠନ ହୋଇଛି । ଗୋଟିଏ ପ୍ରକଳ୍ପ ପାଇଁ ସରକାର ୩୨ ହଜାର ୮00 ଟଙ୍କା ବ୍ୟୟ ଅଟକଳ ରଖିଥିବାବେଳେ ଏହି କାର୍ଯ୍ୟରେ 6ଟି ନନ୍ଦ ଜାଗାରେ କେଉଁଠି ଚାରଟି, କେଉଁଟି ଦୁଇଟି ନନ୍ଦ ଦେଇ ସେଥିରେ କେବଳ ମାଟି ଫିଲିଙ୍ଗକରି ମାତ୍ର ପାଞ୍ଚରୁ ଛଅ ହଜାର ଖର୍ଚ୍ଚ କରି କାର୍ଯ୍ୟ ଶେଷ କରୁଥିବାର ଅଭିଯୋଗ ସ୍ଥାନୀୟ ବାସିନ୍ଦା ଆଣିଛନ୍ତି । ଗୋଟିଏ ପ୍ରକଳ୍ପ ସରିଗଲା ଦେଖେଇ ତାର ବିଲ କରି ଟଙ୍କା ଉଠାଇ ନେଲା ପରେ ସେହି ପ୍ରକଳ୍ପରୁ ନନ୍ଦ କାଢି ସେଥିରେ କେବଳ ମାଟି ଭର୍ତ୍ତି କରି ନନ୍ଦ ଗୁଡିକୁ ଆଉ ଏକ ନୂତନ ପ୍ରକଳ୍ପ ରେ ଲଗାଇ କାମ କରି ନେଉ ଛନ୍ତି । ଏପରି କୋଟି କୋଟି ଟଙ୍କାକୁ ଚଳୁ କରୁଥିବା ଅଭିଯୋଗ ହେଉଛି । ଏହି ବାବଦରେ ଜଣେ ସମାଜ ସେବୀ ପୌରପରିଷଦର ନୂତନ ଅଧକ୍ଷ ଅନନ୍ତ ବେହେରାଙ୍କୁ ଅଭିଯୋଗ କଲେ ମିଳୁଛି ଧମକ ପୂର୍ଣ୍ଣ ବାର୍ତ୍ତା ।
ଯେଉଁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହୋଇଯାଇଛି ତାହାକୁ ଯଦି ଯାଞ୍ଚ କରାଯାଏ ତେବେ ଏହାର ସତ୍ୟତା  ପଦାକୁ ଆସିବ ବୋଲି ସ୍ଥାନୀୟ ବାସିନ୍ଦା ଦୃଢତାର ସହ ଦାବି କରୁଛନ୍ତି ।  ପୌରପରିଷଦରେ ଏଭଳି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ ପ୍ରତ୍ୟକ ଯୋଜନାରେ ଦୁର୍ନୀତି ମୂଳକ କାର୍ଯ୍ୟ ହେଉଛି ବୋଲି ସହର ବାସିଙ୍କ ଚର୍ଚ୍ଚାର ବିଷୟ ପାଲଟିଛି । ବୁଦ୍ଧିଜୀବୀଙ୍କ ମତରେ ପ୍ରକୃତରେ ଜଟଣୀ ପୌରପରିଷଦ ଏକ ଦୁର୍ନୀତିର ଗନ୍ତାଘର ଘର କହିଲେ ଅତ୍ୟୁକ୍ତି ହେବନାହିଁ । ଜଟଣୀ ପୌରପରିଷଦ ରେ ଦୁର୍ନୀତିର ମୂଳ ପୋଚ୍ଛ ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସହର ବାସି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୬/୨୦୨୨----୮,୧୦   Sakhigopal News,17/6/2022

Blog Archive

Popular Posts