6ଗୋଟି ସମବାୟ ସମିତିରେ 156 ଜଣ ପ୍ରାର୍ଥୀପତ୍ର ଦାଖଲ କଲେ
156 nominations were submitted in 6 cooperative societies.
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାତରେ ୧୬ ଗୋଟି ସମବାୟ ସମିତି ରହିଛି । ଅନେକ ଦିନ ହେବ ସମବାୟ ସମିତିରେ ସଭାପତି ଓଡାଇରେକ୍ଟ ପଦବୀ ଗୁଡିକ ଖାଲି ପଡିଛି । ଏବେ ନିର୍ବାଚନ ପାଇଁ ରାଜ୍ୟ ସରକାର ନିସ୍ପତି ନେବା ପରେ ସମବାୟ ସମିତିର ସଦସ୍ୟ ମାନେ ଚଳଚଞ୍ଚଳ ହୋଇ ପଡିଛନ୍ତି । ଏହି ଅବସରରେ ନିମୟ ଅନୁସାରେ ସତ୍ୟବାଦୀ ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଗ୍ରହଣ କରାଯାଉଛି । ପଥମ ପର୍ଯ୍ୟାୟରେ ମଧୁବନ, ସାଣ୍ଢରାଶାସନ, ଦାସବିଦ୍ୟାଧରପୁର, ନୂଆସମେଶ୍ୱରପୁର, ମୂଳଅଳସା, ବିଶ୍ୱନାଥପୁର ସମବାୟ ସମିତିରେ ୧୫୬ ଜଣ ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ମଧୁବନ ସମବାୟ ସମିତିରେ ସଦସ୍ୟ ଅନୁଯାୟୀ ଜଣେ ଲେଖାଁଏ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି । ଯାହା ଫଳରେକି ସେଠାରେ ନିର୍ବାଚନ ହେବ ନାହିଁ । ଅନ୍ୟ ୫ଗୋଟି ସମବା ସମିତିରେ ନିର୍ବାଚନ କରାଯିବ । ସେହିପରି ଦୁତୀୟ ପର୍ଯ୍ୟାୟରେ ୪ଗୋଟି ସମବାୟ ସମିତିରେ ପ୍ରାର୍ଥୀପତ୍ର ୭/୬ରୁ ଗ୍ରହଣ କରାଯିବ । ସେ ଗୁଡିକ ହେଲା ଅଳଗୁମ, ଶ୍ରୀରାମଚନ୍ଦ୍ରପୁର, କାଦୁଆ,ଶୁକଳ ବୋଲି ଜଣାପଡିଛି । ସେହିପରି ବିଭିନ୍ନ କାରଣରୁ ୬ଗୋଟି ସମବାୟ ସମିତିରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ସେଗୁଡିକ ହେଲା ସତ୍ୟବାଦୀ, ବୀରରାମଚନ୍ଦ୍ରପୁର, ମହୁରା, ବଳପୁର, ବଳରାମପୁରଗଡ, ଗବକୁଣ୍ଡ ବୋଲି ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୬/୨୦୨୨---୫,୪୦ Sakhigopal News, 3/6/2022