Breaking News

ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଦେକାନରେ ନିଆଁ ଲଗାଇଦେଲେ

 The dean's office was set on fire in the past.

ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ପୋତାପଡା ଛକ ନିକଟରେ କାହ୍ନୁଚରଣ ବେହେରା ଏକ ଚା ଓ ଗ୍ରୋସରୀ ଦେକାନ କରିଛନ୍ତି  । ସାବିତ୍ରୀ ଓ ରଜ ପାଇଁ ଦେକାନରେ ସଉଦା ୧ ତାରିଖ ଦିନ ରାତିରେ  ଦେକାନ ବନ୍ଦ କରି ଯାଇଥିଲେ । ରାତିରେ ଦେଖିଲା ବେଳକୁ ନହଳାଗ୍ରାମର ଚମାରସାହିର ସନାତନ ବେହେରା, କୁନ୍ତଳା ବେହେରା, ଶରତ ବେହେରା ତାଙ୍କ ଦେକାନରେ ନିଅଁ ଲଗାଉଥିବା କାହ୍ନୁଚରଣଙ୍କ ମା ବାଉରୀ ବେହେରା ଦେଖିଥିଲେ ।  ପାଟି କରିବାରୁ ଏହି ତିନିଜଣ ଦୌଡିକି ପଳାଇ ଗଲେ । ଏମାନେ ପଳାଇ ଗଲା ବେଳେ ଗ୍ରାମର କିଛି ଲୋକମାନେ ଦେଖିଥିବା ସେ ଅଭିଯୋଗରେ ଲେଖିଛନ୍ତି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦ହଜାର ଟଙ୍କାର ସାମଗ୍ରୀ ପୋଡି ଯାଇଛିବୋଲି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ୧୬୮/୨୨ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୬/୨୦୨୨---୫,୪୦     Sakhigopal News, 3/6/2022

Blog Archive