Breaking News

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

Khordha Road Zone celebrates World Environment Day


ଜଟଣୀ --ପରିବେଶ ଅବକ୍ଷୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ବିଶ୍ୱବ୍ୟାପୀ ଲୋକମାନଙ୍କୁ ଉତ୍ସାହିତ କରିବା ସହିତ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବା ଲକ୍ଷ୍ୟରେ  ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରାଯାଉଛି।   ଏ ବର୍ଷ ର ବିଶ୍ୱ ପର୍ଯ୍ୟାବରଣ ଦିବସର ବିଷୟବସ୍ତୁ ହେଉଛି "କେବଳ ଗୋଟିଏ ପୃଥିବୀ' । "ଭବିଷ୍ୟତକୁ ବଞ୍ଚାଇବା ପାଇଁ ପରିବେଶ ସଂରକ୍ଷଣ' ସ୍ଲୋଗାନ ସହିତ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ କରାଯାଇଥିଲା । ଶ୍ରୀ ରିଙ୍କେଶ ରାୟ, ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼ ଏହି ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ । ଶ୍ରୀ ଅଶୋକ କୁମାର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ସମସ୍ତ ଶାଖା ଅଧିକାରୀ, କର୍ମଚ।ରୀ ଏବଂ ଖୋର୍ଦ୍ଧା ରୋଡ଼ ସ୍କାଉଟ୍ ଏବଂ ଗାଇଡ୍ ଏହି ରାଲିରେ ଅଂଶ ଗ୍ରହଣ କରିଥିଲେ । "ବୃକ୍ଷ ରୋପଣ ଭବିଷ୍ୟତ ପାଇଁ ଏକ ଆଶା ରୋପଣ' ଏହି ଲକ୍ଷ୍ୟ ସହିତ ଶ୍ରୀ ରିଙ୍କେଶ ରାୟ, ଡିଆରଏମ, ଖୋର୍ଦ୍ଧା ରୋଡ଼, ଅଧିକାରୀ ଏବଂ କର୍ମଚ।ରୀମାନଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼ ରେଳବାଇ ଷ୍ଟାଡିୟମଠାରେ ଚ।ରା ରୋପଣ କରାଯାଇଥିଲା । ଏହି ଅବସରରେ ମେକାନିକାଲ୍ ବିଭାଗର କର୍ମଚ।ରୀମାନଙ୍କ ଦ୍ୱାରା "ବାୟୁ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷ ସଂରକ୍ଷଣ' ଉପରେ ଏକ ପଥପ୍ରାନ୍ତ ନାଟକ ଆଯୋଜିତ ହୋଇଥିଲା  । ଯାହାର ଲକ୍ଷ୍ୟ ହେଉଛି ଆମ ଚତୁଃପାଶ୍ୱର୍ରେ ସବୁଜ ପରିବେଶର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା । ବ୍ୟାନର ପ୍ରଦର୍ଶନ ଏବଂ ବହୁଳ ଭାବେ ଚ।ରାରୋପଣ କାର୍ଯ୍ୟକ୍ରମ କରି ଖୋର୍ଦ୍ଧା ରୋଡ଼ ମଣ୍ଡଳର ସମସ୍ତ ପ୍ରମୁଖ ଷ୍ଟେସନ ଗୁଡ଼ିକରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୬/୨୦୨୨---୯,୧୦ Sakhigopal News,5/6/2022

Blog Archive

Popular Posts