ମୋଦୀ ସରକାରଙ୍କ ଦ୍ୱତୀୟ ପାଳିର ତୁତୀୟ ବର୍ଷ ପୂର୍ତ୍ତି ଅବସରରେ ସତ୍ୟବାଦୀରେ କୃଷକ ସମାବେଶ
Farmers rally in Satyavadi on the occasion of the second anniversary of the second term of the Modi government.
ସାକ୍ଷୀଗୋପାଳ----- ମୋଦୀ ସରକାରଙ୍କ ଦ୍ୱତୀୟ ପାଳିର ତୁତୀୟ ବର୍ଷ ପୂର୍ତ୍ତି ଅବସରରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମଧୁବନ ପଞ୍ଚାୟତର ବିଞ୍ଜାରପୁର ଠାରେ ପାଳିତ ହୋଇଯାଇଛି । କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରାଚୁର୍ୟ୍ୟ ସୋତାଙ୍କ ତତ୍ବାବଧାନରେ ଅନୁଷ୍ଠିତ ସଭାରେ କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ସନ୍ତୋଷ ପ୍ରଧାନ , କୃଷକ ନେତା କୃଷ୍ଣ ଜଗଦେବ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଜିସ୍ମୁଜୟ ମତଗଜସିଂ, ଜିଲ୍ଲା ବିଜେପି ସମ୍ପାଦକ ଭାସ୍କର ମିଶ୍ର , ଦୁଗଲ ଗ୍ରାମ ପଞ୍ଚାୟତର ସମିତିସଭ୍ୟାଙ୍କ ପ୍ରତିନିଧି ଶ୍ରୀ ଖଟେଇ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲେଚନା କରିଥିଲେ । ଲୋକମାନେ କିପରି ମୋଦୀ ସରକାର ଙ୍କ ଯୋଜନାରେ ଅଧିକରୁ ଅଧିକ ସାମିଲ ହେବା ସହ ଫାଇଦା ନେଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ରାଜ୍ୟସରକାର ବିଭିନ୍ନ ଯୋଜନା କରୁଛନ୍ତି ତାହା ଅଳ୍ପ ଦିନ ପାଇଁ । ପିଠା କାର୍ୟ୍ୟକ୍ରମ ରାଜ୍ୟ ସରକାର କଲେ ବିଫଳ । ସ୍ବାସ୍ଥ୍ୟ ବିଭାଗ କାର୍ଡ ବଣ୍ଟନ କଲେ ସେ କାର୍ଡ ସଠିକ ଭାବେ କାମ କରୁନାହଁ । ଲୋକଙ୍କୁ ମିଛ କହି କହି ମିଥ୍ୟା ସରକାର ବୋଲି ଲୋକମାନେ ଜାଣି ସାରିଲେଣି ବୋଲି ଅତିଥି ମାନେ କହିଥିଲେ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୨ଶହ ଚାଷୀ ମାନେ ଏହି ସଭାରେ ଯୋଗ ଦେଇଥିଲେ । ଚୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପାଚୁର୍ୟ୍ୟ ହୋତାଙ୍କ ତତ୍ୱବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଣାସ ବ୍ଲକର ସୁଚିସ୍ମିତା ରାଉତରାୟ, ନିମାଇଁ ହରିଚନ୍ଦନ,ବିଶ୍ବ ଭୃଷଣ ସୁନ୍ଦରାୟ ,ଦୀଲ୍ଲିପ ଜେନା, ସତ୍ୟବାଦୀ ବ୍ଲକ ରେ ସୁଶିଳ ପରିଡ଼ା, ରବିନ୍ଦ୍ର ନାୟକ,ରନ୍ତାକର ସ୍ବାଇଁ ପ୍ରମୁଖ ୨୫ ଜଣ ସଫଳ ମୋଦୀ ସରକାରଙ୍କ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାନଙ୍କୁ କୃଷକ ମୋର୍ଚ୍ଚା ପକ୍ଷରୁ ଉତ୍ତରୀୟ, ମାନପତ୍ର ଦେଇ ଅତିଥି ମାନେ ସମ୍ମଦ୍ଧିତ କରିଥିଲେ । ବିଶ୍ୱଜିତି ବଡଜେନା ସଭା ପରିଚାଳନା କରିଥିଲେ । ଅମିନ ଚରଣ ପ୍ରଧାନ ଧନ୍ୟବାଦ ଦେଇଥିଲେ ।