ଗାଡି ଚାଳକର ଅସବଧାନତା ଯୋଗୁ ଦୋକାନ ଭିତରକୁ ପଶିଗଲା ଗାଡି
The car broke into the shop due to the driver's negligence.
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଚନ୍ଦନପୋଖରୀ ଉପରେ ଥିବା ଏକ ଚା, ଡ୍ରେସ ଓ ଜେନା ସୁଇଟିସ ଜଳଖିଆ ଦେକାନ କବାଟ ଭାଙ୍ଗି ପଶିଯାଇଛି ଏକ ଟ୍ରାଭେରା ଗାଡି । ଗାଡି ଗାଡି ନଂ- ଓଆର- ୦୫- ଏକ୍ସ- ୯୫୦୦ ବୋଲି ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଗାଡିର ଡ୍ରାଇଭର ଦ୍ରୁତ ଗତିରେ ଗାଡି ନେଇକି ଆସୁଥିବା ସମୟରେ ବୁଲାଣି ନିକଟରେ ରାସ୍ତାରେ ଦୁଇଟି ଷଣ୍ଡ ଶୋଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇଟି ଦେକାନ କ୍ଷତି ହୋଇଥିବା ବେଳେ କାହାରି କିଛି କ୍ଷତି ହୋଇନାହିଁ । ଗାଡି ଚାଳକ ଦୁର୍ଘଟଣା ଘଟାଇ ଗାଡି ଛାଡି ଫେରାର ହୋଇଯାଇଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚଥିଲେ ି । ସ୍ଥାନୀୟ ବ୍ୟବସାୟୀ ମାନେ ଗାଡି ମାଲିକଙ୍କ ସହିତ ଆପେଷବୁଝାମଣା ହେବା ପରେ ଗାଡି ସେଠାରୁ ହଟିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୬/୨୦୨୨---୪,୫୦ Sakhigopal News, 2/6/2022